‘ଲଭ୍ରାତ୍ରି’ର ଗୁମର ଖୋଲିବ : ଧରାପଡିବ ୱାରିନାଙ୍କ ରୋମାନ୍ସ

ଫିଲ୍ମ ‘ଲଭ୍ରାତ୍ରି’ର ଲିଡ୍ ଅଭିନେତା ଅଭିନେତ୍ରୀ ଆୟୁଷ ଶର୍ମା ଏବଂ ୱାରିନା ହୁସୈନ୍ ଏବେ ଦିନ ଗଣିବା ଆରମ୍ଭ କଲେଣି । ଖୁବ୍ଶୀଘ୍ର ଏହି ଦୁଇ ନବାଗତଙ୍କ ଅଭିନୀତ ଫିଲ୍ମର ଟ୍ରେଲର୍ ଲଞ୍ଚ୍ ହେବାକୁ ଯାଉଛି । ବଲିଉଡ୍ ବ୍ୟାଚଲର୍ ବୟ ସଲ୍ମାନ୍ ଖାନ୍ ମଧ୍ୟ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ୱାରିନା ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ନିଜ ଖୁସି ବ୍ୟକ୍ତ କରିବା ସହ ଫିଲ୍ମ ଶୁଟିଂ ସମୟର କିଛି ଫଟୋ ଶେୟାର୍ କରିଛନ୍ତି । ଗୋଟିଏ ଫଟୋରେ ସେ ରୋନିତ୍ ରଏଙ୍କ ସହ ଥିବା ଦେଖିବାକୁ ମିଳିଛି । ଏହି ଫଟୋରେ ସେ ଟ୍ୟାଗ୍ଲାଇନ୍ ରଖିଛନ୍ତି ‘ଲଭ୍ ଓଭର୍ ଫ୍ୟାମିଲି ଅର୍ ଫ୍ୟାମିଲି ଓଭର୍ ଲମ୍’ । ପ୍ରେମକାହାଣୀ ଭିତ୍ତିକ ଏହି ଫିଲ୍ମରେ ପ୍ରଥମଥର ପାଇଁ ୱାରିନାଙ୍କୁ ବଡ଼ ପର୍ଦ୍ଦାରେ ଦେଖିବାକୁ ମିଳିବ । ଏହା ପୂର୍ବରୁ ସେ କେତୋଟି ବିଜ୍ଞାପନରେ ଦେଖାଦେଇଥିଲେ । ତେବେ ମୁଖ୍ୟ ନାୟିକା ସାଜି ସଲ୍ମାନ୍ଙ୍କ ପ୍ରଯୋଜନା ସଂସ୍ଥାରେ କାମ କରିବା କମ୍ ବଡ଼ କଥା ନୁହେଁ । ଏହି ସୌଭାଗ୍ୟର ଅଧିକାରିଣୀ ହୋଇପାରିଥିବାରୁ ଏବେ ତାଙ୍କ ପାଦ ଆଉ ତଳେ ଲାଗୁନାହିଁ । ଆଶା ରଖିଛନ୍ତି ତାଙ୍କ ଅଭିନୟ ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ ।

Leave A Reply

Your email address will not be published.