ଭଉଣୀ ଓ ପିଉସୀଙ୍କୁ ବୀଭତ୍ସ ଭାବେ ହତ୍ୟା କଲା ଯୁବକ,ଅଳ୍ପକେ ବର୍ତ୍ତିଲେ ମା’ ଏବଂ ଭିଣୋଇ

ସୁନ୍ଦରଗଡ : ସୁନ୍ଦରଗଡ କୋଇଡାରେ ଡବଲ ମର୍ଡର । ଘରୋଇ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଭଉଣୀ ଓ ପିଉସୀଙ୍କୁ ବୀଭତ୍ସ ଭାବେ ହତ୍ୟା କଲା ଉନ୍ମତ୍ତ ଯୁବକ, ଅଳ୍ପକେ ବର୍ତ୍ତିଲେ ମା’ ଏବଂ ଭିଣୋଇ । ପାରିବାରିକ କଳହକୁ କେନ୍ଦ୍ର କରି ସୁନ୍ଦରଗଡ ପାଟମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତଣୁଆ ଗ୍ରାମର ରାଜେଶ ସେଠୀ ନିଜ ଏକ ଭଉଣୀ ଓ ପିଉସୀଙ୍କୁ ଧାରୁଆ ଅସ୍ତ୍ରରେ ବୀଭତ୍ସ ହତ୍ୟା କରିଛି । ରକ୍ତମୁଖା ଅଭିଯୁକ୍ତ ରାଜେଶ ୨ ଜଣଙ୍କୁ ହତ୍ୟା କରିବା ପରେ ଅନ୍ୟ ଏକ ବିବାହିତ ଭଉଣୀର ସ୍ୱାମୀ ତଥା ଭିଣୋଇ ବାବଲି ସେଠୀ ଓ ବିଧବା ମା’ଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଗୋଡ଼ାଇଥିଲା। ମାତ୍ର ଉଭୟ ମା’-ଭିଣୋଇ ପ୍ରାଣ ବଞ୍ଚାଇବା ପାଇଁ ଏକ ପଡୋଶୀ ଘରକୁ ପଶି ଯାଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଫେରାର ହୋଇ ଯାଇଛି (ସାଙ୍କେତିକ ଚିତ୍ର )

ସୁନ୍ଦରଗଡ କୋଇଡାରେ ଡବଲ ମର୍ଡର

ଘରୋଇ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ଭଉଣୀ ଓ ପିଉସୀଙ୍କୁ ହତ୍ୟା କଲା ଉନ୍ମତ୍ତ ଯୁବକ

ଅଳ୍ପକେ ବର୍ତ୍ତିଲେ ମାଆ ଏବଂ ଭିଣୋଇ

ହତ୍ୟା କରି ଅଭିଯୁକ୍ତ ଫେରାର ହୋଇ ଯାଇଛି

Leave A Reply

Your email address will not be published.