ଦିଲ୍ଲୀରେ ବିହାର ରାଜନୀତି :ସେବାଶ୍ରମ ଯୌନ ନିର୍ଯାତନା ମାମଲାରେ ଆରଜେଡି ବିକ୍ଷୋଭ, ବିରୋଧୀଙ୍କ ସହ ସାମଲ ହେଲେ ରାହୁଲ

ଦିଲ୍ଲୀ : ଦିଲ୍ଲୀ ଜନ୍ତରମନ୍ତରରେ ବିହାର ରାଜନୀତି । ଆଉ ବିହାର ରାଜନୀତି ବାହାନାରେ ଏକାଠି ହୋଇଛନ୍ତି ବିରୋଧୀ । ବିହାର ମୁଜାଫରପୁରରେ ସେବାଶ୍ରମ ଯୌନ ନିର୍ଯାତନା ମାମଲାରେ ଆରଜେଡି ବିକ୍ଷୋଭ ପ୍ରଦର୍ଶନ କରୁଛି । ତେଜସ୍ବୀ ଯାଦବ ଏହି ପ୍ରଦରେଶନ ନେତୃତ୍ବ ନେଉଛନ୍ତି । ଆଉ ଏଥିରେ ସାମିଲ ହେବାକୁ ଜନ୍ତରମନ୍ତର ପହଞ୍ଚିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସିପିଏମ୍  ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ଡି. ରାଜା ଏବଂ ଜେଡିଏସ୍ ନେତା ଶରଦ ଯାଦବ । ଆଗରୁ ଥରେ କର୍ଣ୍ଣାଟକରେ ମଞ୍ଚରେ ଏକାଠି ହୋଇଥିଲେ ବିରୋଧୀ ଦଳ । ଏବେ ପୁଣି ଥରେ ଏକାଠି ହେବାକୁ ମଞ୍ଚ ମିଳିଛି । ନୀତିଶ ସରକାରଙ୍କ ଅପାରଗତାକୁ ବାହାନା କରି ବର୍ଷିଛନ୍ତି ବିରୋଧୀ ।

Leave A Reply

Your email address will not be published.