ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତମାରିଲେ ଅତିଥି ଶିକ୍ଷକ, ପରୀକ୍ଷା ନାଁରେ ଯୌନ ନିର୍ଯାତନା

ନୂଆଦିଲ୍ଲୀ : ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାର ଜନୈକା ଛାତ୍ରୀ ଗେଷ୍ଟ୍ ଟିଚରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଅଗଷ୍ଟ ପହିଲାରେ ଛାତ୍ରୀଜଣକ ଲିଖିତ ଅଭିଯୋଗ କରିଥିଲେ, ପରୀକ୍ଷା ପରିଚାଳନା କରିବା ପାଇଁ ଆସିଥିବା ଜନୈକ ଶିକ୍ଷକ ସମ୍ପୃକ୍ତା ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ବାରମ୍ବାର ସ୍ପର୍ଶ କରୁଥିଲେ । ପରୀକ୍ଷାର ଅଂଶବିଶେଷ ଭାବେ ଅତିଥି ଶିକ୍ଷକ ତାଙ୍କୁ ଗୋଟିଏ ଦୃଶ୍ୟ ଅଭିନୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦୃଶ୍ୟ ପରିବେଷଣ ସମୟରେ ଅଭିଯୁକ୍ତ ଶିକ୍ଷକ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି । ଅଭିଯୁକ୍ତ ଅବସରପ୍ରାପ୍ତ ଶିକ୍ଷକଙ୍କ ବୟସ ୬୨ ବର୍ଷ । ଛାତ୍ରୀଙ୍କ ଅଭିଯୋଗକୁ ଭିତି କରି ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । (ସାଙ୍କେତିକ ଫଟୋ)

ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାର ଘଟିଛି ଘଟଣା
ଜନୈକା ଛାତ୍ରୀଙ୍କ ଗେଷ୍ଟ୍ ଟିଚରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ
ପରୀକ୍ଷା ପରିଚାଳନା କରିବା ପାଇଁ ଆସିଥିଲେ ଜନୈକ ଶିକ୍ଷକ
ପରୀକ୍ଷାର ଅଂଶବିଶେଷ ଭାବେ ଅତିଥି ଶିକ୍ଷକ ଗୋଟିଏ ଦୃଶ୍ୟ ଅଭିନୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସମ୍ପୃକ୍ତା ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ବାରମ୍ବାର ସ୍ପର୍ଶ କରୁଥିଲେ
ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ

Leave A Reply

Your email address will not be published.