ନାକ ଓ ପାଟିରେ ଅଠା ଲଗାଇ ସ୍ତ୍ରୀକୁ ହତ୍ୟାକଲା ମଦୁଆ ସ୍ୱାମୀ

ବିଦିସା : ଜନୈକା ୩୫ ବର୍ଷୀୟା ମହିଳାଙ୍କ ପାଟି, ନାକ ଓ ଆଖିରେ ଶକ୍ତିଶାଳୀ ଅଠା ଲଗାଇ ବଡ଼ କଲବଲ ଅବସ୍ଥାରେ ମାରିଛନ୍ତି ତାଙ୍କ ସ୍ୱାମୀ । ଶୁକ୍ରବାର ରାଜପୁତ କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ ସୂତ୍ରରୁ ପ୍ରକାଶ । ମୃତ ମହିଳାଙ୍କ ନାମ ଦୁର୍ଗା ବାଈ । ତାଙ୍କ ସ୍ୱାମୀ ହଲକେରାମ କୁଶୱା ଭଙ୍ଗାଜିନିଷ ଯୋଡ଼ା କାର୍ଯ୍ୟରେ ବ୍ୟବହୃତ ଶକ୍ତିଶାଳୀ ଅଠା ସାହାଯ୍ୟରେ ଦୁର୍ଗାଙ୍କର ପାଟି, ଆଖି ଓ ନାକ ରୁନ୍ଧି ଦେଇଥିଲେ । ଶ୍ୱାସରୁଦ୍ଧ ହୋଇ ଦୁର୍ଗା ପ୍ରାଣ ହରାଇଥିଲେ । ହତ୍ୟାକାଣ୍ଡ ଘଟାଇବା ପୂର୍ବରୁ ହଲକେରାମ୍ ଦୁଇପୁଅଙ୍କୁ କୌଣସି କାମରେ ବାହାରକୁ ପଠାଇ ଦେଇଥିଲେ । ଦୁଇପୁଅଙ୍କ ମଧ୍ୟରୁ ଜଣେ ସନ୍ଧ୍ୟାବେଳେ ଘରେ ପହଞ୍ôଚ ମା’ଙ୍କ ନିସ୍ତେଜ ଶରୀର ଦେଖିବା ପରେ ଘଟଣା ସାମ୍ନାକୁ ଆସିଥିଲା । ୧୫ ବର୍ଷୀୟ ବାଳକଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଅଭିଯୁକ୍ତ ହଲକେରାମ ବିରୋଧରେ ମାମଲା ରୁଜୁ କରିଛି । ହତ୍ୟାକାଣ୍ଡ ଘଟାଇବା ପରେ ହଲକେରାମ୍ ଫେରାର୍ ହୋଇଯାଇଛନ୍ତି । ଅଭିଯୁକ୍ତ ଅନେକ ସମୟରେ ମଦ ପିଇ ଘରକୁ ଫେରନ୍ତି ଏବଂ ସ୍ତ୍ରୀଙ୍କ ସହ ପାଟିତୁଣ୍ଡ କରନ୍ତି । ଏଥିପୂର୍ବରୁ ହଲକେରାମ୍ ସ୍ତ୍ରୀଙ୍କୁ ବିଷ ଦେଇ ମାରିବାକୁ ଉଦ୍ୟମ କରିଥିଲେ ବୋଲି ମୃତ ମହିଳାଙ୍କ ପୁଅ ପୁଲିସକୁ କହିଛି । ୨୦୧୬ ମେ’ରେ ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ଜନୈକା ମହିଳା ସ୍ୱାମୀଙ୍କ ଆଖି, ନାକ ଓ ପାଟିରେ ଏକା ପ୍ରକାର ଶକ୍ତିଶାଳୀ ଅଠା ଲଗାଇ ହତ୍ୟା କରିଥିଲେ । ମହିଳାଙ୍କ ମଦୁଆ ସ୍ୱାମୀ ନିଶାସକ୍ତ ଅବସ୍ଥାରେ ଶୋଇପଡ଼ିବା ପରେ ତାଙ୍କୁ କାବୁ କରିବା ସହଜ ହୋଇଥିଲା ।

ଶକ୍ତିଶାଳୀ ଅଠା ସାହାଯ୍ୟରେ ଦୁର୍ଗାଙ୍କର ପାଟି, ଆଖି ଓ ନାକ ରୁନ୍ଧି ଦେଇଥିଲେ

୧୫ ବର୍ଷୀୟ ବାଳକଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଅଭିଯୁକ୍ତ ହଲକେରାମ ବିରୋଧରେ ମାମଲା ରୁଜୁ କରିଛି ।

Leave A Reply

Your email address will not be published.