ଅଶ୍ଲୀଳ ଭିଡିଓ ଦେଖି ନାବାଳିକାକୁ ଦୁଷ୍କର୍ମ କରି ମାରିଦେଲା ଡ୍ରାଇଭର, ଅଖାରେ ଭର୍ତି କରି ପଡୋଶୀ ଛାତକୁ ଫିଙ୍ଗି ଦେଲା

ଗାଜିଆବାଦରେ : ଭଡା ଘରେ ବସି ମଦ ପିଇ ଅଶ୍ଲୀଳ ଭିଡିଓ ଦେଖୁଥିଲା ଡ୍ରାଇଭର । ଘରର କବାଟ ଖୋଲାଥିଲା । ଏତିକିବେଳେ ଜଣେ ଏଲକେଜିରେ ପଢୁଥିବା ୫ ବର୍ଷର ନାବାଳିକ ଘର ଭିତରକୁ ପସି ଆସିଲା । ବାସ ମଦୁଆ ଡ୍ରାଇଭର ନାବାଳିକାକୁ ଦୁଷ୍କର୍ମ କଲା । ଖାଲି ଧୁଷ୍କର୍ମ କଲାନି ଦୁନିଆ କଣ ଜାଣି ନଥିବା କୁନି ଝିଅକୁ ଅତି ଅମାନୁଶିକ ଭାବେ ହତ୍ୟାକରି ତାର ମୃତ ଦେହକୁ ଅଖାରେ ଭର୍ତି କରି ପଡୋଶୀଙ୍କ ଛାତକୁ ଫୋପାଡି ଦେଲା । ଏମିତି ଏକ ଲୋମଟାଙ୍କୁରା ଘଟଣା ଘଟିଛି ୟୁପିର ଗାଜିଆବାଦରେ ।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭର ଦୀପକ ଠାକୁର ଆଗ୍ରାରେ ଥିବା ପୀଡ଼ିତାଙ୍କ ଘରେ ଭଡ଼ା ରହୁଥିଲା। ଗତ ଗୁରୁବାର ସନ୍ଧ୍ୟାରେ ଅଭିଯୁକ୍ତ ତା’ ରୁମ୍‌ ଭିତରେ ମଦ୍ୟପାନ କରିବା ସହ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖୁଥିଲା। ଏହି ସମୟରେ ଏଲ୍‌କେଜି ଶ୍ରେଣୀରେ ପଢ଼ୁଥିବା ୫ ବର୍ଷ ବୟସ୍କା ନାବାଳିକା ପୀଡ଼ିତା ଜଣକ କୌଣସି କାରଣ ପାଇଁ ଅଭିଯୁକ୍ତର ରୁମ୍‌ ମଧ୍ୟକୁ ଯାଇଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ ଦୀପକ ନାବାଳିକାଟିକୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ତେବେ, ଅସହ୍ୟ ଯନ୍ତ୍ର

ଣାରେ ସାହାଯ୍ୟ ପାଇଁ ନାବାଳିକା ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ଦୀପକ ଡରିଯାଇ ତା’ର ତଣ୍ଟି ଚିପି ହତ୍ୟା କରିଥିଲା।

ପରେ ନାବାଳିକାର ମୃତ ଶରୀରକୁ ଏକ ପ୍ଲାଷ୍ଟିକ୍‌ ଅଖାରେ ଭର୍ତ୍ତି କରି ପାଖରେ ରହହୁଥିବା ଅନ୍ୟ ଜଣେ ପଡ଼ୋଶୀଙ୍କ ଛାତ ଉପରକୁ ଫୋପାଡ଼ି ଦେଇ ଫେରାର ହୋଇ ଯାଇଥିଲା। ପରେ, ନାବାଳିକାଟିକୁ ତା’ ପରିବାର ଲୋକେ ଖୋଜି ନପାଇବାରୁ ଗାଜିଆବାଦ ଥାନାରେ ଏକ ନିଖୋଜ ରିପୋର୍ଟ ଆଗତ କରିଥିଲେ। ପରେ, ପୁଲିସ୍‌ ଘଟଣାର ତଦନ୍ତ କରି ନାବାଳିକାର ମୃତହେଦକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଦୀପକକୁ ଗିରଫ କରିଥିଲା। ଗିରଫ ହେବା ପରେ ଅଭିଯୁକ୍ତ ଦୀପକ ପୁଲିସ୍‌ ନିକଟରେ ନିଜ ଦୋଷ ସ୍ୱୀକାର କରିଥିବା ଜାଣିବାକୁ ମିଳିଛି।

Leave A Reply

Your email address will not be published.