ଜାହାଜରୁ ସମୁଦ୍ରକୁ ଖସି ପଡିଲେ ନାବିକ

ନୂଆଦିଲ୍ଲୀ : ସମୁଦ୍ରରେ ଜାହାଜରୁ ଖସିପଡି ନାବିକ ନିଖୋଜ । ଏମିତି ଘଟଣା ଘଟିଛି ପାରାଦୀପରେ । ବନ୍ଦରରେ ଏକ ଜାହାଜରୁ ସମୁଦ୍ରକୁ ଖସିପଡି ଜଣେ ନାବିକ ନିଖୋଜ ହୋଇଯାଇଛନ୍ତି। ଏପିଜେ ଜେଏଡି ନାମକ ଏକ ଭାରତୀୟ ଜାହାଜରୁ ନାବିକ ଜଣକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ନିଖୋଜ ନାବିକଙ୍କ ନାଁ ଶିଶିଳା ଭେଙ୍କଟ ସୂର୍ଯ୍ୟନାରାୟଣ ବୋଲି ଜଣାପଡିଛି। ବନ୍ଦରବାହାର ଆଙ୍କରେଜ ଏରିଆରୁ ସୂର୍ଯ୍ୟନାରାୟଣ ସମୁଦ୍ରକୁ ପଡି ନିଖୋଜ ହୋଇଯାଇଥିବା ବନ୍ଦରର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ସେ କେମିତି ଓ କେଉଁ ପରିସ୍ଥିତିରେ ଖସିପଡିଲେ ଏଯାବତ୍ କୌଣସି ସୂଚନା ମିଳିପାରିନାହିଁ । ସେଠାରେ ସର୍ଚ୍ଚ ବୋଟ ଓ କୋଷ୍ଟଗାର୍ଡଙ୍କ ଦ୍ୱାରା ନିଖୋଜ ନାବିକଙ୍କ ସନ୍ଧାନ ଜାରି ରହିଛି।

Leave A Reply

Your email address will not be published.