ଜଙ୍ଗଲରୁ ମିଳିଲା ମହିଳାଙ୍କ ଉଲଗ୍ନ ମୃତଦେହ

ଟିଟିଲାଗଡ : ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ମୃତଦେହ ଠାବ । ଟିଟିଲାଗଡ ବ୍ଲକ ଗୁଲମୀ ନିକଟସ୍ଥ ସାତବହନୀ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଠାବ କରାଯାଇଛି । ମହିଳାଙ୍କ ବେକକୁ ଗଛରେ ବନ୍ଧା ଯାଇଛି । ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ପାରପାର୍ଶ୍ବକ ସ୍ଥିତିରୁ ଯାହା ଜଣା ପଡୁଛି ବାହାରେ ହତ୍ୟା କରି ଏଠାରେ ଫୋପଡା ଯାଇଛି । ମୃତକଙ୍କ ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି । କିନ୍ତୁ ତାଙ୍କ ପରିଚୟ ମିଳିପାରିନି । ଟିଟଲାଗଡ ଓ ମୁରିବାହାଲ ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.