ଡିଗ୍ରୀ କଲେଜରେ ଛାତ୍ରୀଙ୍କୁ ଛାତ୍ରୀଙ୍କ ରାଗିଂ !

କେନ୍ଦୁଝର : ଜୁନିଅର ଛାତ୍ରୀଙ୍କୁ ସିନିୟର ଛାତ୍ରୀଙ୍କ ରାଗିଂ । ଏମିତି ରାଗିଂ ର ଅଭିଯୋଗ ହୋଇଛି କେନ୍ଦୁଝର ଡିଗ୍ରୀ କଲେଜରେ । ହଷ୍ଟେଲରେ ରହୁଥିବା ଚତୁର୍ଥ ବର୍ଷର କିଛି ଛାତ୍ରୀ ତାଙ୍କ ଜୁନିୟର ତୃତୀୟ ବର୍ଷର ଛାତ୍ରୀଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଛି । ରାଗିଂ ରେ ଜଣେ ଛାତ୍ରୀ  ପସ୍ବିନୀ ସାହୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତି । ଅଭିଯୋଗ ଅନୁସାରେ ଲାଇଟ କଟିବାକୁ ନେଇ ଚତୁର୍ଥ ବର୍ଷର କିଛି ଛାତ୍ରୀ ଜୁନିୟର ଛାତ୍ରୀଙ୍କୁ ଗାଳିଦେବା ସହ ରାତିରେ ଖାଇବାକୁ ଦେବା ବନ୍ଦ କରିଦେଇଥିଲେ । ଫଳରେ ଉପବାସ ରହି ଜଣେ ଛାତ୍ରୀ ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଚାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ରାଗିଂରେ ସାରା ଦେଶରେ ଓଡିଶା ୪ ନମ୍ବରରେ ରହିଥିବା ୟୁଜିସ ରିପୋର୍ଟ କହୁଛି । ଏହାକୁ ନେଇ ରାଜ୍ୟ ରାଜନୀତି ବି ଜୋର ଧରିଥିଲା । ଏହାକୁ ଗୁରୁତ୍ବ ସହ ନେଇଥିଲେ ରାଜ୍ୟ ସରକାର ।  ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ର୍ୟାଗିଂ ବିରୋଧରେ କଡାକାର୍ଯ୍ୟାନୁଷ୍ଠାନ ନେବାକୁ  ନିର୍ଦେଶ ଦେଇଥିଲେ । ଏମିତିକି କ୍ୟାମ୍ପସରେ ଆଖିମାରିଲେ ବି କାଯ୍ୟାନୁଷ୍ଠାନ ହେବ ବୋଲି ଘୋଷଣା କରିଥିଲେ । ହେଲେ ଏସବୁ ଯେମିତି କିଛି କାମ କଲାନି । କଲେଜର ଗର୍ଲସ  ହଷ୍ଟେଲରେ ରାଗିଂ ହୋଇଥିବା ଅଭିଯୋଗ ଆସିଛି । ତେବେ ଏହାର ସତ୍ୟତା ଅନୁସନ୍ଧାନ କରୁଛି ପୋଲିସ ।

(ସାଙ୍କେତିକ ଫଟୋ )

Leave A Reply

Your email address will not be published.