ସ୍ବାମୀଙ୍କ ଅମଙ୍ଗଳ ହେବ,ବଢିବ ସ୍ବାମୀ-ସ୍ତ୍ରୀ ଝଗଡା ନାରୀଙ୍କୁ ଏସବୁ ଜିନିଷ ଦାନ ଦେବା ମନା

ଦାନ ଦେବା ଭଲ । ହେଲେ ଏଭଳି ସବୁ ଛୋଟ ଛୋଟ ଜିନିଷ ଅଛି  ଯାହା ଆଦୌ ଦାନ କରିବା ଉଚିତ ନୁହେଁ । ଏମିତିକି ମହଳି ମାନଙ୍କ ଲାଗି ଏସବୁ ଜିନିଷ ଦାନ କରିବା ବା ବାଣ୍ଟିକରି ବ୍ୟବହାର କରିବା ମନା । ଏସବୁ ଜନିଷ ଯଦି ନାରୀ ମାନେ  ଦାନ କରି ବା ବାଣ୍ଟି କରି ବ୍ୟବହାର କରନ୍ତି ତେବେ ସେମାନଙ୍କ ପାରିବାରିକ ଅଶାନ୍ତି ଦେଖାଦିଏ ଓ ସ୍ବାମୀଙ୍କର ଅମଙ୍ଗଳ ହୁଅ । ଘରେ ସ୍ବାମୀ – ସ୍ତ୍ରୀଙ୍କ ଭିତରେ କଳି ଲାଗେ । ତେବେ ଆସନ୍ତୁ ଜାଣିବା କଣ ବାଣ୍ଟିବା ପରେ ବ୍ୟବହାର କରିବା ମନା ।

ସିନ୍ଦୂର : ସିନ୍ଦୁର ହେଉଛି ସଧବାନାରୀର ସବୁଠୁ ବଡ ଓ ମୁଲ୍ୟବାନ ଗହଣା । ବିବାହିତା ନାରୀଟି ତା’ର ସିନ୍ଦୂରକୁ କାହା ସହ ବାଣ୍ଟି କରି ଲଗାଇବା ଉଚିତ ନୁହେଁ କି ଦାନ ଦେବା ମଧ୍ୟ ଉଚିତ ନୁହେଁ। ଏହାର କୁପ୍ରଭାବ ଦାମ୍ପତ୍ୟ ଜୀବନ ଉପରେ ପଡ଼ିଥାଏ। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଅଶାନ୍ତି ଲାଗି ରହେ। ଏହା କରିବା ଦ୍ବାରା ସ୍ବାମୀର ସ୍ତ୍ରୀ ପ୍ରତି ଭଲ ପାଇବା କମିଯାଏ ।
କଜଳ :  ଆଖିରେ କଜଳ ହେଉଛି ମହିଳାଙ୍କ ଆଉ ଏକ ଭୂଷଣ । ଏହି କଜଳ ମଧ୍ୟ କାହାକୁ ଦାନ ଦେବା ଉଚିତ ନୁହେଁ ଅଥବା କାହା ସହ ବାଣ୍ଟି କରି ଲଗାଇବା ଉଚିତ ନୁହେଁ। ଏହା ଦ୍ୱାରା ସ୍ୱାମୀ – ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା କମ ହୋଇଥାଏ।

ମେହେନ୍ଦୀ :  ନାରୀ ମାନେ ହାତରେ ଲଗାଉଥିବା ମେହେନ୍ଦୀକୁ ମଧ୍ୟ ଦାନ ଦେବା ଉଚିତ ନୁହେଁ । ଏହାକୁ ଦାନ କରିବା ଦ୍ୱାରା ଦାମ୍ପତ୍ୟ ସଂପର୍କର ଦୃଢତା କମିଯାଏ।

ଚୁଡ଼ି : ଚୁଡ଼ି ମଧ୍ୟ ଦାନ କରିବା ଅଥବା ବାଣ୍ଟି କରି ପିନ୍ଧିବା ଉଚିତ ନୁହେଁ। ଏହା ଦ୍ୱାରା ସ୍ୱାମୀ – ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ।
ପାଉଁଜି :  ପାଦର ପାଉଁଜିକୁ ମଧ୍ୟ ଦାନ ଦେବା ଅଥବା ବାଣ୍ଟି କରି ପିନ୍ଧିବା ଉଚିତ ନୁହେଁ। ଯଦି ଆପଣ କାହାକୁ ପାଉଁଜି ଦେଉଛନ୍ତି ତା ଠାରୁ ଆପଣ ଫେରସ୍ତ ଆଣି ବ୍ୟବହାର କରନ୍ତୁନି । ଏପରି କରିବା ଦ୍ୱାରା ମଧ୍ୟ ଅଶୁଭ ହୋଇଥାଏ।

Leave A Reply

Your email address will not be published.