କଲେଜ ଉପରେ ପଡିଲା ଘଡଘଡି

ଜଗତସିଂହପୁର : କଲେଜ ଉପରେ ପଡିଲା ଘଡଘଡି । ଘଡଘଡି ପଡି ଛାତ୍ରୀ ଗୁରୁତର । ବଜ୍ରପାତରେ ରେଢୁଆ ବୃନ୍ଦାବନ ଚନ୍ଦ୍ର କଲେଜରେ ୩ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୨ଜଣ ଛାତ୍ରୀ ଅଛନ୍ତି । ଆହତଙ୍କୁ ଜଗତସିଂହପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଛାତ୍ରଛାତ୍ରୀ ମାନେ କଲେଜ  କମନରୁମ୍ ନିକଟରେ ଠିଆ ହୋଇଥିବା ବେଳେ ବଜ୍ରପାତ ହୋଇଥିଲା । ଆହତମାନେ ହେଲେ ଯୁକ୍ତ ଦୁଇ ଛାତ୍ରୀ ଅପର୍ଣ୍ଣା ସାହୁ ଓ ଚନ୍ଦନା ସାହୁ, ଯୁକ୍ତ ୩ ଛାତ୍ର ନିହାର ବାରିକ । ଏହା ବ୍ୟତିତ ଅନ୍ୟ ଏକ ସ୍ଥାନରେ ବଜ୍ରପାତରେ ଆହତ ଜଣେ ବ୍ୟକ୍ତି ମଧ୍ୟ ଜଗତସିଂହପୁର ଜିଲ୍ଲା ମୁଖ୍ୟା ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.