ନାବାଳିକାକୁ ଉଠାଇ ନେଲେ, ଅଜଣା ଘରେ ରଖି ତିନି ଦିନ ଗଣ ଦୁର୍ଷର୍ମ କରି ଫିଙ୍ଗି ଦେଲେ

ଭୁବନେଶ୍ବର : ନାବାଳିକାକୁ ଜୋର ଜବରଦସ୍ତ ଘରୁ ଉଠାଇ ନେଲେ । ତିନି ଦିନ ଧରି ଗଣ ଦୁଷ୍କର୍ମ କରି ପୁଣି ଘର ନିକଟରେ ଫିଙ୍ଗି ଦେଇ ଚାଲିଗଲେ । ଏମିତି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରେ ।  ଏନେଇ ଆଳି ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଖବରୁ ପ୍ରକାଶ ଯେ, ଆଳି ଅଞ୍ଚଳରେ ଜଣେ ନାବାଳିକାକୁ ତାର ଘର ନିକଟରୁ ଶନିବାର ଜୋର ଜବରଦସ୍ତ ଉଠାଇନେଲେ ନାବାଳିକାର ଦାଦା ସହ ତିନି ଅଭିଯୁକ୍ତ । ଅଜଣା ଜାଗାରେ ଏକ ଘରେ ବନ୍ଧି କରି ତିନି ଦିନ ରଖିବା ସହ ଜଣଙ୍କ ପରେ ଜଣେ ଲଗାତାର ଭାବେ ତିନି ଦିନ ଧରି ଗଣ ଦୁଷ୍କର୍ମ କଲେ । ଆଉ ଶେଷରେ ନାବାଳିକା ପୀଡିତାଙ୍କୁ ଗାଡିରେ ଆଣି ଗତକାଲି ରାତିରେ ତାଙ୍କ ଘର ପାଖରେ ସିଂହ ପୁରରେ ଫିଙ୍ଗି ଦେଇ ଚାଲିଯାଇଥିଲେ ।  ଏନେଇ ଆଳି ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଛି ।

Leave A Reply

Your email address will not be published.