ଭୁବନେଶ୍ବର : ସଂଧ୍ୟାରେ ଥରିଲା ଉତ୍ତର ଓଡିଶା । ଉତ୍ତର ଓଡିଶାର ବିଭିନ୍ନ ସ୍ଥାନରେ ଆଜି ସଂଧ୍ୟାରେ ଭୂକମ୍ପର ଝଟ୍ଟକା ଅନୁଭୁତ ହୋଇଛି । ସଂଧ୍ୟା ୬ଟା ୩୬ରେ କେତେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି । ମୟୁରଭଞ୍ଜ ଜିଲ୍ଲାର ବାରିପଦା,ବେତନଟି,ବଡସାହି ସମତେ ବିଭିନ୍ନ ସ୍ଥାନରେ ଭୂମିକମ୍ପ ହୋଇଥିବା ଖବର ମିଳିଛି । ସେହିପରି ବାଲେଶ୍ବରରେ ମଧ୍ୟ ଭୂମିକମ୍ପ ଅନୁଭବ କରିଥିଲେ ଲୋକେ । ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ ।
