ପଞ୍ଜାବୀ ଲଳନା ଅଭିନେତ୍ରୀ ଇହାନା ଧିଲୋନ୍ଙ୍କର ଫ୍ୟାଶନ୍ ସେନ୍ସ ଅନ୍ୟ ଅଭିନେତ୍ରୀମାନଙ୍କଠୁ ନିଆରା । ତାଙ୍କ ଠାଣି, ବାଣୀ ଏବଂ ଡ୍ରେସ୍ଅପ୍ ଷ୍ଟାଇଲ୍ ଫ୍ୟାଶନ୍ ଦୁନିଆରେ ଚହଳ ସୃଷ୍ଟି କରିଛି । ନିକଟରେ ଏକ ଫ୍ୟାଶନ୍ ଶୋ’ ରାମ୍ପ୍ରେ ଯୋଗଦେଇଥିବାବେଳେ ଅନେକ ତାଙ୍କ ଷ୍ଟାଇଲ୍ ଆଇକନ୍ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଇହାନାଙ୍କ ଫ୍ୟାଶନ୍ ଉପରେ ମତ ଥିଲା ସବୁଠୁ ଅଲଗା । ସେ କହିଥିଲେ, ଫ୍ୟାଶନ୍ ଟ୍ରେଣ୍ଡକୁ ଆଦୌ ପସନ୍ଦ କରନ୍ତି ନାହିଁ । ଯାହା ତାଙ୍କ ଚେହେରାକୁ ମାନୁଛି, କେବଳ ତାକୁ ହିଁ ପିନ୍ଧିବାକୁ ସେ ପ୍ରସ୍ତୁତ ଥାନ୍ତି । ପ୍ରତିଦିନ ଦିନ ଫ୍ୟାଶନ୍ ଦୁନିଆରେ କିଛି ନା କିଛି ନୂଆ ଦେଖିବାକୁ ମିଳୁଛି । କିନ୍ତୁ ସେସବୁକୁ ଟ୍ରାଏ କରିବା ପରିବର୍ତ୍ତେ ତାଙ୍କ ମନ କ’ଣ ଚାହୁଁଛି, ପ୍ରଥମେ ତାକୁ ଅଗ୍ରାଧିକାର ଦିଅନ୍ତି ଇହାନା । ସେ ଅନ୍ୟମାନଙ୍କୁ ମଧ୍ୟ ଫ୍ୟାଶନ୍ ଟ୍ରେଣ୍ଡ୍କୁ ଆପଣାଇବା ପରିବର୍ତ୍ତେ ଚେହରା ଅନୁସାରେ ଫ୍ୟାଶନେବଲ୍ ଦେଖାଯିବାକୁ ପରାମର୍ଶ ଦେଇଥିଲେ ।
‘ହେଟ୍ ଷ୍ଟୋରୀ-୪’ ଫିଲ୍ମ ମାଧ୍ୟମରେ ବଲିଉଡ୍ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଇହାନା ଧିଲୋନ୍ । ପ୍ରଥମ ଫିଲ୍ମରୁ ତାଙ୍କ ଫ୍ୟାଶନ୍ ଷ୍ଟାଇଲ୍କୁ ସମସ୍ତେ ପସନ୍ଦ କରିଥିଲେ । ଆଗକୁ ଅର୍ଜୁନ୍ ରାମପାଲ୍ଙ୍କ ସହ ‘ନାସ୍ତିକ୍’ ଫିଲ୍ମରେ ତାଙ୍କୁ ଦେଖିବେ ଦର୍ଶକ
