ବିଜେଡିରେ ମିଶିଲେ ପୂର୍ବତନ ପ୍ରିନ୍ସପାଲ ଏଜି ଅମର ପଟ୍ଟନାୟକ

ଭୁବନେଶ୍ୱର : ବିଜେଡିରେ ମିଶିଲେ ପୂର୍ବତନ ପ୍ରିନ୍ସପାଲ ଏଜି ଅମର ପଟ୍ଟନାୟକ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଛନ୍ତି ।  ଅମର ପଟ୍ଟନାୟକ ବିଜେଡି ଆଇଟି ସେଲର ମୁଖ୍ୟ ଭାବେ  କାମ କରିବେ   ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି

ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରେ ସ୍ୱାଗତ କରି କହିଛନ୍ତି ଯେ, ତାଙ୍କର ମିଶ୍ରଣ ଦ୍ୱାରା ଦଳ ଅଧିକ ସୁଦୃଢ଼ ହେବ।ଅମରଙ୍କର ବହୁ ରାଜ୍ୟରେ କାମ କରିବାର ଅଭିଜ୍ଞତା ରହିଛି।

ଅପରପକ୍ଷରେ ଅମର କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ଓ ପ୍ରତିବଦ୍ଧତା ଦ୍ୱାରା ଓଡ଼ିଶା ଏକ ନମ୍ବର ରାଜ୍ୟ ହୋଇପାରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି। ଦୀର୍ଘବର୍ଷ ଧରି ବିଜୁ ପଟ୍ଟନାୟକ ସହ ଥିବାବେଳେ ତାଙ୍କର ପ୍ରେରଣା ପାଇଛି। ଆଇଟି କ୍ଷେତ୍ରରେ ଅନେକ ଅଭିଜ୍ଞତା ରହିଛି। ତେଣୁ ଦଳ ପାଇଁ ତାକୁ ଉପଯୋଗ କରିବେ ବୋଲି ଅମର କହିଛନ୍ତି।

Leave A Reply

Your email address will not be published.