ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ଚା’

ବିଭିନ୍ନ ପ୍ରକାର ତ୍ୱଚା ପାଇଁ ମଧ୍ୟ ଏହା ଖୁବ ଉପକାରୀ । ଏହା ଏକ ରିଭାଭିଙ୍ଗ ଟନିକର କାମ କରେ ଓ ସବୁ ପ୍ରକାର ତ୍ୱଚା ସହ ଖାପ ଖାଏ । ପ୍ରଥମେ ଚା’ ପତିକୁ ପାଣିରେ ସିଝାଇ ଛାଣି ଦିଅନ୍ତୁ । ଥଣ୍ଡା ଚା’ରେ ତୁଳା ବୁଡାଇ ତାକୁ ତ୍ୱଚା ଓ ଦେହରେ ଲଗାନ୍ତୁ । କିଛି ଦିନ ଏମିତି କରିବା ପରେ ତ୍ୱଚା କୋମଳ ହେବା ସହ ଉଜ୍ୱଳ ହେବ ।

୨. ଆପଣ ଯଦି ସନସ୍କ୍ରିନ ଲୋସନ ନ ଲଗାଇ ଖରାରେ ବାହାରକୁ ବାହାରି ଯାଆନ୍ତି ଅଧିକାଂଶ ସମୟରେ ସନ ବର୍ଣ୍ଣର ଶିକାର ହୋଇଯାଆନ୍ତି । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଚା’ ହେଉଛି ସବୁଠୁ ଉପକାରୀ । ଚାକୁ ପାଣିରେ ଫୁଟାଇ ଥଣ୍ଡା କରିବା ପରେ ନରମ କପଡା କିମ୍ବା ତୁଳାରେ ବୁଡାଇ ଧୀରେ ଧୀରେ ତ୍ୱଚାରେ ଲଗାଇଲେ ଆରାମ ମିଳିବା ସହ ତ୍ୱଚାରେ ଚମକ ଆସିଥାଏ ।

୩. କେଶର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ଚା’କୁ ବ୍ୟବହର କରାଯାଇଥାଏ । ଚା’ର ବ୍ୟବହରାରେ କେଶର ରଙ୍ଗ ଗାଢ ଓ ଉଜ୍ୱଳ ହୋଇଥାଏ । ଏଥିଲାଗି ପ୍ରଥମେ ଚା’ ପତିକୁ ପାଣିରେ ସିଝାଇ ଦିଅନ୍ତୁ । ସିଝିବା ପରେ ଛାଣି ଦେଇ ଚାକୁ ଥଣ୍ଡା କରନ୍ତୁ । କେଶ ସାମ୍ପୁ କ

 

ରି ସାରିବା ପରେ ତାକୁ କେଶରେ ପ୍ରୟୋଗ କରନ୍ତୁ । ଦେଖିବେ କେଶ ନିଶ୍ଚିତ ଆଗ ଅପେକ୍ଷା ଆକର୍ଷଣୀୟ ଦେଖାଯିବ ।

୪. ସେହିପରି ଚାଟକୁ ସିଝାଇ ଛାଣି ଦିଅନ୍ତୁ । ସେଥିରେ ହିନା ଓ ଦହି ମିଶାଇ ଏକ ମଣ୍ଡ ପ୍ରସ୍ତୁତ କରନ୍ତୁ । ସେଇ ମଣ୍ଡକୁ ଏକ ଲୁହା ପାତ୍ରରେ କିଛି ସମୟ ରଖନ୍ତୁ । ରାତିସାରା ରଖିଲେ ଚଳିବ । ଏହାକୁ କେଶରେ ଲଗାନ୍ତୁ । ମୁଣ୍ଡ ଶୁଖି ଯିବା ପରେ ସାମ୍ପୁ କରିଦିଅନ୍ତୁ । ଦେଖିବେ ଆଗ ଅପେକ୍ଷା ଆପଣଙ୍କ କେଶରେ ଏକ ପ୍ରକାର ଚମକ ଆସିଯିବ ।

 

୫. ଅଧିକ ସମୟ କାମ କଲେ କିମ୍ବା କମ୍ପ୍ୟୁଟର ସାମ୍ନାରେ ବସି ରହିଲେ ଆଖିରେ ଯନ୍ତ୍ରଣା ଅନୁଭବ ହୋଇଥାଏ . ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଅଳ୍ପ ଉଷୁମ ପାଣିରେ ଟି ବ୍ୟାଗ ପକାଇ ତାକୁ ଆଣି ଆଖି ଉପରେ କିଛି ସମୟ ପାଇଁ ରଖନ୍ତୁ । ଏହା କରିବା ଦ୍ୱାରା ଆଖିକୁ ଆରାମ ମିଳିଥାଏ ।

Leave A Reply

Your email address will not be published.