ସେପ୍ଟେମ୍ବର ୨୨ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ୨୨ରେ ଓଡ଼ିଶା ଗ୍ରସ୍ତରେ ଆସିବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ଝାରସୁଗୁଡାରେ ନବନିର୍ମିତ ଏୟାରପୋର୍ଟର ଉଦଘାଟନ ଓ ତାଳଚେରଠାରେ ଥିବା ସାରକାରଖାନା ପୁନରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ କରିବେ ।  ୨୨ ତାରିଖରେ ନୂଆଦିଲ୍ଲୀରୁ ବାହାରି ସିଧାସଳଖ ଝାରସୁଗୁଡାରେ ପହଞ୍ଚି ସେଠାରେ ଏୟାରପୋର୍ଟକୁ ଉଦଘାଟନ କରିବେ । ଝାରସୁଗୁଡାରେ ସେ ନବନିର୍ମିତ ଏୟାରପୋର୍ଟକୁ ଉଦଘାଟନ କରିବା ସହ ଝାରସୁଗୁଡା-ରାଞ୍ଚି ଫ୍ଲାଇଟର ଶୁଭାରମ୍ଭ କରିବେ । ଏହା ପରେ ବାୟୁସେନାର ଏକ ହେଲକାପ୍ଟର ଯୋଗେ ତାଳଚେର ଆସି ୧୬ଶହ କୋଟି ବ୍ୟୟରେ ତାଳଚେର ସାର କାରଖାନାର ନବୀକରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ତାଳଚେରରୁ ସେ ସିଧାସଳଖ ଝାରସୁଗୁଡା ଫେରି ସେଠାରୁ ସଂଧ୍ୟା ୫ଟାରେ ନୂଆଦିଲ୍ଲୀ ଫେରିଯିବେ ।  ଏ ସଂପର୍କରେ ସରକାରୀଭାବେ ଘୋଷଣା ହୋଇନି

Leave A Reply

Your email address will not be published.