ବିଷମକଟକ : ନବ ନିର୍ମିତ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୫ ମୃତ, ଜଣେ ଗୁରୁତର । ରାୟଗଡା ବିଷମକଟକ ଦୁରଗି ଗାଁରୁ ଆସିଛି ଏପରି ଦୁଃଖଦ ଖବର । ମୃତକମାନେ ହେଲେ ରଶ୍ମୀତା ଉଲାକା, ବଂଶୀଧର ପାତ୍ର, ସୂର୍ଯ୍ୟ ନାରାୟଣ ପାତ୍ର, ପୂର୍ଣ୍ଣ ଟାକିରି ଓ ବୈରାଗୀ କଲକା । ଗୁରୁତରଙ୍କ ପରିଚୟ ମିଳିପାରିନି । ତାଙ୍କୁ ବିଷମକଟକ ଖ୍ରିଷ୍ଟିଆନ ହସପିଟାଲରେ ଭର୍ତ୍ତି କରାଯାଇଛି । ଟାଙ୍କିରୁ ପାଣି କାଢିବାକୁ ଯାଇ ପ୍ରଥମେ ଫସିଯାଇଥିଲେ ରଶ୍ମୀତା । ବହୁତ ସମୟ ବିତିଯାଇଥିଲେ ବି ସେ ବାହାରକୁ ଆସିନଥିଲେ । ଫଳରେ ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟମାନେ ପାଇଖାନା ଟାଙ୍କିରେ ପଶିଥିଲେ । ହେଲେ କେହି ଟାଙ୍କିରୁ ବାହାରି ନଥିଲେ । ଗାଁ ଲୋକ ସମସ୍ତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ବଂଶୀଧର ଓ ସୂର୍ଯ୍ୟନାରାୟଣ ୨ ଭାଇ ବୋଲି ଜଣାପଡିଛି । ଏପରି ଅଘଟଣକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି
