କେନ୍ଦୁଝର : ବିଦ୍ୟୁତ ଖୁଣ୍ଟରେ ଚଢି କାମ କଲାବେଲେ ବିଦ୍ୟୁତ ସଂପର୍ଶରେ ଆସି ୫ ଶ୍ରମିକ ଗୁରୁତର ହୋଇଛନ୍ତି । ଏମାନଙ୍କୁ ଚିକିତ୍ସା ଲାଗି କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରେ ସୌଭାଗ୍ୟ ଜ୍ୟୋତି ଯୋଜନାରେ ବିଦ୍ୟୁତ ସଂଯୋଗ ଲାଗି ଲାଇନ କାମ କରୁଥିବା ସମୟରେ କେନ୍ଦୁଝରର ଝୁମ୍ପୁରା ବ୍ଲକର ଖେଣ୍ଡରା ଗାଁରେ ଘଟିଛି ଏଭଳି ଅଘଟଣ । ଶ୍ରମିକ ମାନେ କାମ କରୁଥିବା ସମୟରେ ହଠାତ କେହି ଲାଇନ ଅନ କରିଦେଇଥଇଲା ଫଳରେ ତାର ରେ ହଠାତ କରେନ୍ଟ ତାଲି ଆସିଥିଲା । ଫଳରେ ଲାଇନ ରେ କାମ କରୁଥିବା 5 ଜଣ ଶ୍ରମିକ ବିଦ୍ୟୁତ ଆଘାତ ଲାଗିଥିଲା । ସମସ୍ତେ ଗୁରୁତର ହୋଇ ପଡିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ସେମାନେ ହଲେ ମୁକୁନ୍ଦ ସିଂ , ଗୈର ସିଂ , ରାଜନ ସୋରେନ , ଶମ୍ଭୁ ସିଂ ଓ ଧନ ସିଂ ।
