ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧ କୋଟି ୮୦ ଲକ୍ଷରୁ ଉର୍ଦ୍ଧ କେସର(ରୋଗ) ଚିକିତ୍ସା ହୋଇଛି : ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର :  ଜାନୁୟାରୀ ପହିଲାରୁ ରାଜ୍ୟରେ ଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା (ଆରଏସ୍ବିୱାଇ) ଯୋଜନାର ସମସ୍ତ ୪୪,୦୮,୦୭୦ ହିତାଧିକାରୀ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ) ରେ ସାମିଲ ହେବେ । ଏହି ସମସ୍ତ ହିତାଧିକାରୀ ବିକେକେୱାଇ ଷ୍ଟ୍ରିମ୍ -୨ କାର୍ଡ ପାଇବା ସହିତ ପୂର୍ବଭଳି ଏକ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇବୋ  ଏଥି ସହିତ ଏହି ହିତାଧିକାରୀମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ମଧ୍ୟ ପାଇବେ । ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆରଏସ୍ୟବିୱାଇ ଯୋଜନାର ଅବଧି ଡିସେମ୍ବର ୩୧ ତାରିଖରେ ସମାପ୍ତ ହୋଇଛି । ତେଣୁ ରାଜ୍ୟରେ ଏହି ଯୋଜନାରେ ଅର୍ନ୍ତଭୁକ୍ତ ହିତାଧିକାରୀମାନେ ଯେଭଳି ପୂର୍ବଭଳି ମାଗଣା ଚିକିତ୍ସା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ,ସୂଚନା ଓ ଲୋକସଂପର୍କ ମବୀ ପ୍ରତାପ ଜେନା କହିଛନ୍ତି ।

ସଚିବାଳୟରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ଏ ସଂପର୍କରେ ସୂଚନା ଦେଇ ମବୀ ଶ୍ରୀ ଜେନା କହିଛନ୍ତି ଯେ ଆରଏସ୍ବିୱାଇ ହିତାଧିକାରୀମାନେ ଯେଭଳି ତୁରନ୍ତ ବିକେକେୱାଇ କାର୍ଡ ପାଇବେ ସେଥିପାଇଁ ଅଗ୍ରାଧିକାର ଭିତିରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ହିତାଧିକାରୀମାନେ ନିକଟସ୍ଥ ବିକେକେୱାଇ କିଓସ୍କରୁ ପୁରୁଣା ଆରଏସ୍ବିୱାଇ କାର୍ଡ ବଦଳରେ ନୂତନ ବିକେକେୱାଇ (ଷ୍ଟ୍ରିମ୍-୨) କାର୍ଡ ସଂଗ୍ରହ କରିବାପାଇଁ ପରାମର୍ଶ ଦିଆଯାଇଛି ।

ନୂଆ ଯୋଜନାରେ ସାମିଲ ହିତାଧିକାରୀମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏଥିପାଇଁ ଆଶା, ଅଙ୍ଗନବାଡିକର୍ମୀ, ଗାଁ କଲ୍ୟାଣ ସମିତିମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହିତ ଏଥିପାଇଁ ଆବଶ୍ୟକ ପ୍ରଚାର ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇଛି । ନୂତନ ଭାବେ ବିକେକେୱାଇ କାର୍ଡଧାରୀମାନେ ଯେଭଳି ସହଜରେ ଚିକିତ୍ସା ସୁବିଧା ପାଇପାରିବେ ସେଥିପାଇଁ ଦୃଷ୍ଟି ଦେବାକୁ କୁହାଯାଇଛି । ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କୃଷି ଉପନିର୍ଦ୍ଦେଶକ, ଅନୁବନ୍ଧିତ ଘରୋଇ ଡାକ୍ତରଖାନାମାନଙ୍କ ସହିତ ବୈଠକକରି ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍ଟିଏଫ୍)ର ନୂତନ ମାର୍ଗଦର୍ଶିକା ଆଧାରରେ ବିକେକେୱାଇ କାର୍ଡଧାରୀମାନେ ଯେଭଳି ନିରବଚ୍ଛିନ୍ନ ସେବା ପାଇବେ ସେଥିପାଇଁ ପରାମର୍ଶ ଦିଆଯାଇଛି । ଓଏସ୍ଟିଏଫ୍ର ନୂତନ ମାର୍ଗଦର୍ଶିକା ଅନୁଯାୟୀ ମାରାତ୍ମକ ରୋଗରେ ପୀଡିତ ରାଜ୍ୟର ସମସ୍ତ ଗରିବଙ୍କୁ ସରକାରଙ୍କ ଚିକିତ୍ସାପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ ।

 ଆରଏସ୍ବିୱାଇ ହିତାଧିକାରୀଙ୍କୁ ମିଳିବ ବିକେକେୱାଇ କାର୍ଡ

 ପୂର୍ବଭଳି ମାଗଣା ଚିକିତ୍ସା ସୁବିଧା ଜାରି ରହିବ

 ତୁରନ୍ତ କାର୍ଡ ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ବିକେକେୱାଇ କାର୍ଡଧାରୀଙ୍କ ବ୍ୟତିତ ଅନ୍ତ୍ୟୋଦୟ ଅନ୍ନଯୋଜନାର ହିତାଧିକାରୀ ଏବଂ ଗ୍ରାମାଚଂଳରେ ବାର୍ଷିକ ୫୦ହଜାର ଓ ସହରାଂଚଳରେ ୬୦ହଜାର ଟଙ୍କାରୁ କମ୍ଆୟକାରୀମାନେ ଏହି ସୁବିଧା ପାଇପାରିବେ । ଏହାଛଡା ହୃଦ୍ରୋଗ, କିଡିନୀ ଏବଂ କର୍କଟରେ ପୀଡିତ ରୋଗୀଙ୍କ କ୍ଷେତ୍ରରେ ବାର୍ଷିକ ୩ଲକ୍ଷ ଟଙ୍କାରୁ କମ୍ଆ ୟକାରୀ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସୁବିଧା ପାଇପାରିବେ ।ଏ ସଂକ୍ରାନ୍ତରେ ଅଧିକ ବିବରଣୀ ପାଇଁ ଦେୟମୁକ୍ତ ନମ୍ବର ୧୫୫୩୬୯ରେ ଯୋଗାଯୋଗ ପାଇଁ ପରାମର୍ଶ ଦିଆଯାଇଛି ।ପ୍ରକାଶଥାଉକି ଗତ ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି । ଏହି ଯୋଜନାରେ ଆରଏସ୍ବିୱାଇ ଓ ବିକେକେୱାଇର ପ୍ରାୟ ୭୦ ଲକ୍ଷ ପରିବାରର ସାଢେ ୩କୋଟିରୁ ଅଧିକ ହିତାଧିକାରୀ ଅର୍ନ୍ତଭୁକ୍ତ ହୋଇଛନ୍ତି । ଏମାନଙ୍କୁ ବାର୍ଷିକ ୫ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ୭ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ।

ସେହିପରି ଗତ ଚାରିମାସ ମଧ୍ୟରେ   ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ବାଇ )ରେ ରାଜ୍ୟର ୧ କୋଟି ୮୦ ଲକ୍ଷରୁ ଅଧିକ ରୋଗୀ ଉପକୃତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ଲକ୍ଷରୁ ଅଧିକ ରୋଗୀଙ୍କର ଅପରେସନ ହୋଇଛି । ଗତ ଅଗଷ୍ଟ୧୫ ତାରିଖରୁ ଆରମ୍ଭ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାର ପ୍ରାୟ ସାଢେ ତିନିକୋଟି ଲୋକ ଉପକୃତ ହୋଇଛନ୍ତି ।

ଏହାଛଡା ଉଭୟ ସହରାଞ୍ଚଳ ଓଗ୍ରାମାଞ୍ଚଳରେ ନିମ୍ନ ମଧ୍ୟବିତ୍ତ ଆୟକର ପରିବାର ବର୍ଗ ସହତି ଅନ୍ତଦୋୟ ଯୋଜନାର ହିତାଧୀକାରୀଙ୍କୁ ମଧ୍ୟ ମାଗଣା ଚିକିତ୍ସା ସୁବିଧା ଯୋଗାଯାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଗତ ଅଗଷ୍ଟ ମାସ ୧୫ ତାରିଖରୁ ଡିସେମ୍ବର ୧୫ ତାରିଖ ସୁଦ୍ଧା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧,୮୨,୩୩,୭୩୩ ଜଣ ବହବିଭାଗରେ  ଚିକିତ୍ସିତ ହୋଇଛନ୍ତି । ଏମାନଙ୍କରୁ ୪,୦୫,୭୦୮ ଜଣ ରୋଗଙ୍କ ଠାରେ ଅସ୍ତ୍ର ପ୍ରଚାର ହୋଇଥିବାବେଳେ  ୭୧,୦୯,୬୭୪ ଜଣଙ୍କର ରୋଗନରିୂପଣ ଲାଗିନଦିାନ ଯୋଜନାର ମାଗଣା ପରୀକ୍ଷା ନରିୀକ୍ଷା ହୋଇଛି। ସେହିଭଳି ଗୋରୀ ମାନଙ୍କର ଆବସ୍ୟକତାକୁ ଦେଖି ୪୩,୫୧୯ ଜଣଙ୍କର ସିଟି ସ୍କାନ, ୨,୫୮,୭୭୩ ଜଣଙ୍କର ଏକ୍ସେରେ ୬୨,୭୮୪ ଜଣଙ୍କର ଅଲଟ୍ରାସାଉଣ୍ଡ, ୧୨,୯୭୩ ଜଣଙ୍କର ଏମଆରଆଇ ହୋଇଛି । କିଡିନୀ ରୋଗୀଙ୍କର ଆକ୍ରାନ୍ତ  ୧୯,୬୮୯ ରୋଗୀଙ୍କ ଠୁ ମାଗଣା ଡାଏଲିସିସ ସେବା ‘ସହାୟ’ ଯୋଜନାରେ  ୧୬,୮୯୨ ଜଣ ଙ୍କର ରୋଗୀଙ୍କ ବ୍ୟୟବହୁଳ କେମୋଥେରାପି  ପ୍ରଦାନ କରାଯାଇଥିବାବେଳେ  ୨୪,୭୫୩ ଜଣ ଗୁରୁତର ରୋଗୀଙ୍କୁ ଆଇସିୟୁ ସେବା  ଯୋଗାଇ ଦିଆଯାଇଛି ।

ଉଲ୍ଲେଖନୀୟ  ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା ଓ ବିଜୁ କୃଷକ କଲ୍ୟାଣ ଯୋଜନାର  ହିତାଧୀକାରୀ ମାନେ ସିଧାସଳଖ ଭାବେ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତଭୁକ୍ତ ହୋଇଥିଲେ । ଜାନୁୟାରୀ ପହଲିାରୁ ରାଷ୍ଟ୍ରିୟ ସ୍ବାସ୍ଥ୍ୟ ବୀମା ଯୋଜନାର ଅବଧି ସରିବାପରେ ଏହି ହିତାଧୀକାରୀମାନେ ବିଜୁ କୃଷକ କଲ୍ୟାଣ ଯୋଜନାରେ ଅନ୍ତଭୁକ୍ତ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜଟଳି ଚିକିତ୍ସା ସେବା ଯୋଗାଇଦେବା ପାଇଁ  ରାଜ୍ୟ ଭିତରେ ଓ ବାହାରେ ୨୧୦ଟି ଘରୋଇ ଚିକିତ୍ସାଳୟ ସହିତ ଅନୁବନ୍ଧିତ ହୋଇଛନ୍ତି । ଏବେ ଜିଲ୍ଲାସ୍ତରରେ ଡାଏଲସିସ କେମୋଥେରାପି ସେବା ମିଳୁଥିବାବେଳେ ଆଗାମୀ ଦିନରେ ପିପିପି ମୋଡରେ ଅଧିକ ବିଭାଗରେ ନିଦାନ ଓ ଅନ୍ୟାନ୍ୟ ଚିକିତ୍ସା ସେବା ଯୋଗାଇଦେବା ଲାଗି ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମଳନୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.