ଭୁବନେଶ୍ୱର, : ସାରା ରାଜ୍ୟରେ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବା ସହ ଚାଷୀମାନଙ୍କର ଆର୍ଥିକ ସ୍ଥିତି ଶୋଚନୀୟ ହେଉଥିବାବେଳେ ୧୯ ବର୍ଷର ବିଜେଡ଼ି ସରକାର ସମାଧାନର ରାସ୍ତା କାଢିବା ବଦଳରେ ମିଛ ରାଜନୈତିକ ନାଟକବାଜିରେ ବ୍ୟସ୍ତ ରହିଛି । କେତେବେଳେ କାଳିଆ ଯୋଜନା ନାଁରେ ଭଣ୍ଡାଉଛନ୍ତି ତ କେତେବେଳେ ମଣ୍ଡି ନଖୋଲି ଚାଷୀମାନଙ୍କୁ ହଇରାଣ କରୁଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ଜାନୁଆରୀ ୮ ତାରିଖରେ ସାରା ରାଜ୍ୟରୁ ଚାଷୀମାନେ ଭୁବନେଶ୍ୱର ଆସି ନିଜ ହକ୍ ଦାବିରେ ମେଳି କରିବା ସହ ରାଜ୍ୟ ସଚ୍ଚିବାଳୟ ଆଗରେ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ଆଗରେ ବିକ୍ଷୋଭ କରିବେ । ଆଜି ଏହାର ପ୍ରସ୍ତୁତି ବୈଠକ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଶିବାଜି ମହାନ୍ତିଙ୍କ ସଭାପତିତ୍ୱରେ ଓ କୃଷକମୋର୍ଚ୍ଚା ପ୍ରଭାରି ତଥା ରାଜ୍ୟ ବିଜେପିର ଉପସଭାପତି ସମୀର ମହାନ୍ତିଙ୍କର ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ।
ରାଜ୍ୟର ୩୦ଟି ଜିଲ୍ଲାରେ ଚାଷୀ ମାନଙ୍କର ମୁଖ୍ୟ ଅମଳ ଧାନ ଓ ଏଥିରୁ ରୋଜଗାର ହିଁ ବର୍ଷ ଯାକର କୃଷକ ପରିବାରର ମୂଳ ସମ୍ବଳ । ମାତ୍ର ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବା ବେଳେ କେଉଁଠି ମଣ୍ଡି ନାହିଁ ତ କେଉଁଠି ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା । ଚାଷୀ ଶାସକ ଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ନିଜ ହକ୍ ପାଇବାର ବଂଚିତ ହୋଇଛି । ଆସନ୍ତା ୮ ତାରିଖ ଦିନ ଚାଷୀମାନେ ଭୁବନେଶ୍ୱରରେ ନିର୍ଣ୍ଣାୟକ ଲଢେଇ କରିବା ପାଇଁ ନବୀନ ନିବାସ ଘେରାଉ କରିବା ସହ ସଚିବାଳୟ ମଧ୍ୟ ଘେଉାଉ କରିବେ ବୋଲି ଶ୍ରୀ ମହାନ୍ତି କହିିଛନ୍ତି ।
ଆଜିର ଏହି ପ୍ରସ୍ତୁତି ବୈଠକରେ କୃଷକଙ୍କ ପାଇଁ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶୃତି ବିଶେଷ ଭାବରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବୋନସ୍ ପ୍ରଦାନ ନକରିବାକୁ ରାଜ୍ୟ ବିଜେଡ଼ି ସରକାର କୃଷକ ବିରୋଧୀ ଆଭିମୁଖ୍ୟ ସ୍ୱଷ୍ଟ କରୁଛି ବୋଲି ଅଭିଯୋଗ କରାଯାଇଥିଲା । ୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବୋନସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ସୋହଲା ଜନସଭାରେ ଘୋଷଣା କରିଥିଲେ । ଏହି ବୋନସ ରାଜ୍ୟସରକାର କାହିଁକି ଦେଉନାହାଁନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ସରିଲା ପ୍ରସ୍ତୁତି ବୈଠକ,ଏକାଠି ହେବେ ୩୦ ହଜାରରୁ ଅଧିକ ଚାଷୀ
ନବିନ ନିବାସକୁ ଘେରିବା ସହ ସଚିବାଳୟକୁ ବି ଘେରିବେ
ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବା ବେଳେ କେଉଁଠି ମଣ୍ଡି ନାହିଁ, ମଣ୍ଡିରେ ବ୍ୟାପକ ଅବସ୍ଥା । ଶାସକ ଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ଚାଷୀ ନିଜ ହକ୍ ପାଇବାରୁ ବଂଚିତ
୧୭୫୦ ଟଙ୍କା ମୋଦି ପଠାଉଥିବା ବେଳେ ଚାଷୀମାନେ ୧୦୦୦/୧୨୦୦ ଟଙ୍କାରେ ନିଜର କଷ୍ଟ ଅର୍ଜିତ ଧାନକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି
୪-୫ କିଲୋରୁ ଅଧିକ ଧାନ ନକାଟିଲେ ଧାନ କିଣା ନଯିବା ଗତ ବର୍ଷରୁ ମଣ୍ଡି ଜଗି ଥିବାବେଳେ ବିଜେପି ତଥ୍ୟ ପ୍ରମାଣ ସରକାରଙ୍କୁ ଦେବା ସତ୍ୱେ ଅସାଧୁ ବ୍ୟକ୍ତିମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ସରକାର
ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ୧୦୦ ଟଙ୍କା ବୋନସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ସୋହେଲା ଜନସଭାରେ ଘୋଷଣା କାର୍ଯ୍ୟକାରୀ କରିବା ପାଇଁ ଦାବି
ରାଜ୍ୟରେ ଆଜି ଦିନରେ କେନାଲ ଯୋଗେ ଜଳସେଚନ ୩୦ ପ୍ରତିଶତରୁ କମ୍ ଜମିକୁ ମିଳିଛି ।
ଶୀତଳ ଭଣ୍ଡାର ସଂଖ୍ୟା ବଢିପାରିଲା ନାହିଁ । ଆଳୁ, ପିଆଜ ମିଶନ ଫେଲ୍ । ପରିବା, ଫଳ, ଅଣ୍ଡା, ତଥା ଦୁଗ୍ଧ ପାଇଁ ଓଡ଼ିଶା ବାହାର ରାଜ୍ୟ ଉପରେ ନିର୍ଭରଶୀଳ ।
ଓଡ଼ିଶାର ପରିଶ୍ରମୀ କୃଷକ ଅମଳ କରିବାକୁ ସକ୍ଷମ ହୋଇଥିବାବେଳେ ସରକାରୀ ଉଦାସୀନତା ତାର ଅଂଟା ଭାଙ୍ଗି ଦେଇଥିବାରୁ ଚାଷୀ ମେଳି ରାଜ୍ୟସରକାରଙ୍କଠୁ ଜବାବ ମାଗିବ
କେନ୍ଦ୍ର ସରକାର ଧାନର ଉତ୍ପାଦନ ମୂଲ୍ୟରୁ ଦେଢଗୁଣ ମୂଲ୍ୟ କରି ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କା ହିସାବରେ ମୋଦି ସରକାର ଯୋଗାଇ ଦେଉଛନ୍ତି । ଓଡ଼ିଶାରେ ସରକାର ଓ ଅସାଧୁ ବ୍ୟବସାୟିଙ୍କ ମଧୁଚନ୍ଦ୍ରିକାରେ କାହିଁକି ଚାଷୀମାନେ ୧୦୦୦/୧୨୦୦ ଟଙ୍କାରେ ନିଜର କଷ୍ଟ ଅର୍ଜିତ ଧାନକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଏ ସମ୍ବନ୍ଧରେ ଓଡ଼ିଆ ଚାଷୀମାନେ ରାଜ୍ୟସରକାରଙ୍କୁ ଜବାବ ମାଗୁଛନ୍ତି । ୪-୫ କିଲୋରୁ ଅଧିକ ଧାନ ନକାଟିଲେ ଧାନ କିଣା ନଯିବା ଗତ ବର୍ଷରୁ ମଣ୍ଡି ଜଗି ଥିବାବେଳେ ବିଜେପି ତଥ୍ୟ ପ୍ରମାଣ ସରକାରଙ୍କୁ ଦେଇଛି । ଯୋଗାଣ ବିଭାଗ ଚାଷୀ ସ୍ୱାର୍ଥ କଥା ପାଟିରେ କହି ଚାଷୀଙ୍କୁ ଶୋଷଣ କରୁଥିବା ଅସାଧୁ ବ୍ୟକ୍ତିମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ଚାଷୀମାନେ ମଧ୍ୟ ଏହାର ଜବାବ ମାଗିବେ ବୋଲି କୃଷକମୋର୍ଚ୍ଚା ସଚେତନ କରାଇ ଦେଇଛି ।
କୃଷି କମିଶନ ୨୦୧୨ରେ ତିଆରି ହୋଇଥିବା ସତ୍ୱେ କୃଷକ କଲ୍ୟାଣ ରିପୋର୍ଟ ଆଜି ପର୍ଯ୍ୟନ୍ତ କାହିଁକି ସର୍ବଜନୀନ ହୋଇନାହିଁ ଓ ଏହାର ସୁପାରିସ୍ କେବେ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ଆଜି ଦିନରେ କେନାଲ ଯୋଗେ ଜଳସେଚନ ୩୦ ପ୍ରତିଶତରୁ କମ୍ ଜମିକୁ ମିଳିଛି । ଶୀତଳ ଭଣ୍ଡାର ସଂଖ୍ୟା ବଢିପାରିଲା ନାହିଁ । କୃଷି ମିଶନ, ଆଳୁ, ପିଆଜ ମିଶନ ମରୁଡି ସମସ୍ୟା, ବାତ୍ୟା ଜନିତ କ୍ଷୟକ୍ଷତି ଦେବାରେ ରାଜ୍ୟସରକାର ଫେଲ୍ । ପରିବା, ଫଳ, ଅଣ୍ଡା, ତଥା ଦୁଗ୍ଧ ପାଇଁ ଓଡ଼ିଶା ବାହାର ରାଜ୍ୟ ଉପରେ ନିର୍ଭରଶୀଳ । ଓଡ଼ିଶାର ପରିଶ୍ରମୀ କୃଷକ ଅମଳ କରିବାକୁ ସକ୍ଷମ ହୋଇଥିବାବେଳେ ସରକାରୀ ଉଦାସୀନତା ତାର ଅଂଟା ଭାଙ୍ଗି ଦେଉଛି ବୋଲି ଚାଷୀ ଏହା ବିରୋଧରେ ପ୍ରତିବାଦ କରିବ ବୋଲ ଶ୍ରୀ ମହାନ୍ତି କହିଛନ୍ତିି ।
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସବୁଠାରୁ ଅଧିକ ଧାନ ଦଲାଲମାନଙ୍କ ଦ୍ୱାରା କମ୍ ଦରରେ ଧାନ କିଣା ଯାଇ ଆନ୍ଧ୍ର ଏବଂ ଛତିଶଗଡରେ ଏହାକୁ ଅଧିକ ଦରରେ ବିକ୍ରି କରାଯାଉଛି । ବିଜେଡି ସାସଂଦ ପ୍ରଶନ୍ନ ଆର୍ଚାଯ୍ୟ ଏବଂ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଜିଲ୍ଲାରେ ଧାନର ସବୁଠୁ ଅଧିକ ଅଭାବି ବିକ୍ରି କରାଯାଉଛି । ଚାଷୀମାନଙ୍କ ସମସ୍ୟା ପ୍ରତିବାଦରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ କୁଶପୁତଳିକା ଦାହ କପରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଦୀର୍ଘଦିନ ତଳୁ ମୁଖ୍ୟମନ୍ତ୍ରୀ କୃଷି ଋଣ ଛାଡ଼ ସରକାରଙ୍କ ବିଚାରାଧିନ ରହିଛି ବୋଲି ସର୍ବଜନୀନ ବକ୍ତବ୍ୟ ଦେଇଛନ୍ତି । ରାଜ୍ୟସରକାର ତୁରନ୍ତ କୃଷି ଋଣ ଛାଡ଼ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ରାଜ୍ୟ ପ୍ରଭାରୀ ଡ. ରାକେଶ ଶର୍ମା, ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଓ ସମୀର ପାତ୍ରଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ପ୍ରଭାରୀମାନେ ଉପସ୍ଥିତ ଥିଲେ ।
