କେନ୍ଦ୍ରାପଡା : ନୁଆବର୍ଷରେ ପିକନିକ୍ ହେଲା କାଳ । ଡଙ୍ଗା ବୁଡି ୯ ମୃତ । ଜଣେ ନିଖୋଜ । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ଶିଶୁ ରହିଛନ୍ତି । ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ବତିଘର ନିପାଣିଆ ଠାରେ । ନୁଆ ବର୍ଷରେ ପିକନିକି ପାଇଁ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଂଚାୟତର ହସିଣା ଗାଁର ୧୯ ପରିବାରର ୫୫ଜଣ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ପାରାଦୀପ ଠାରୁ ହୁକିଟୋଲାକୁ ଆସିଥିଲେ । ବେଶ ଆନନ୍ଦ ଉଲ୍ଲାସରେ ହୁକିଟୋଲାରେ ବଣ ଭୋଜି କରି ଫେରିବା ସମୟରେ ଘଟିଲା ଅଘଟଣ ।
ହୁକିଟୋଲା ବଙ୍ଗୋପସାଗର ଚଟକା ରୁ ବତିଘର ନଦିଦେଇ ମହାନଦୀ ମୁହାଣ କୁ ଆସିବା ବାଟରେ ନିପାଣିଆ ଠାରେ ଜଣେ ସ୍ତ୍ରୀ ଲୋକ ଶୌଚ ହେବାକୁ ଡଙ୍ଗା ରଖିବାକୁ କହିଥିଲେ । ସ୍ତ୍ରୀ ଲୋକ ଙ୍କ ସହିତ ଆଉ ୪ ଜଣ ମଧ୍ୟ କୁଳକୁ ଆସିଥିଲେ । ଶୌଚଶାରି ଡଙ୍ଗାରେ ଚଢିଥିଲେ । କୁଳରୁ ଡଙ୍ଗା କୁ ଠେଲି ଦେବା ସମୟରେ ଦୁର୍ଘଟଣା ଘଟିଥିଲା ଡଙ୍ଗାରେ ଆବଶ୍ୟକ ତା ଠାରୁ ଯାତ୍ରୀ ଅଧିକ ଥିବାରୁ ଏକପାଖିଆ ହୋଇଯାଇଥିଲେ ଯାତ୍ରୀ ଯାହାଫଳରେ ଭାରସମ୍ୟ ହରାଇ ଓଲଟି ପଡିଥିଲା ଡଙ୍ଗା । ନଦୀରେ ଜୁଆର ଥିଲା । ନଦୀର ପାଣି ଶ୍ରୋତରେ ଭାସିଯାଇଥିଲେ ୧୦ ଜଣ ଯାତ୍ରୀ । ଲୋକଙ୍କ ଚିତ୍କାର ଶୁଣି ଛୋଟ ଡଙ୍ଗା ସାହାର୍ଯ୍ୟରେ ଆଉ ୪୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।
ମୃତକ ହେଲେ
ପ୍ରଭାତୀ ସ୍ବାଇଁ (୩୬), ପଲ୍ଲବୀ ସ୍ବାଇଁ (୬), ଦେବସ୍ମିତା ପାଣି, ଧୁନା ସାହୁ (୧୦), ରୋଜାଲିନ୍ ସାହୁ (୧୫), ଇଷାନୀ ଦଳାଇ (୩), ଦେବାଶିଷ ସାହୁ (୧୦), ସାଇ ତରାଇ (୪), ଅନୁ ତରାଇ (୩୦) ।
ଖବର ପାଇ ପ୍ରଥମେ ବତିଘର ବନ ବିଭାଗ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ୯ ଜଣଙ୍କର ଶବ ଉଦ୍ଧାର କରିଥିଲେ । ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଥିଲା ଗମନା ଗମନ ଅପହଞ୍ଚ ଯୋଗୁ ଅଗ୍ନିଶ୍ରମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚିବାକୁ ବିଳମ୍ବ ହୋଇଥିଲା । ଘଟଣା ସ୍ଥଳରେ ବିଧାୟକ ଅତନୁ ସବ୍ୟସାଚି ନାୟକ, କେନ୍ଦ୍ରାପଡା ଜିଲ୍ଲାପାଳ ଦାଶରଥି ଶତପଥି ,ଏସପି ନିତି ଶେଖର ପଂହଚି ଉଦ୍ଧାର କାର୍ଯ୍ୟକୁ ତ୍ବାରାନିତ କରିବା ସହ ଉଦ୍ଧାର ବ୍ୟକ୍ତିଙ୍କୁ ଖାଦ୍ୟ ସହ ଶିତବତ୍ସ ପ୍ରଦାନ କରିଥିଲେ । ତେବେ ପର୍ଯ୍ୟଟନ ଋତୁରେ ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ପ୍ରଶାସନ ମୁଣ୍ଡରେ ଚେତା ପଶୁନି ।
