ହୁକି ଟୋଲା ଡଙ୍ଗାବୁଡି ଘଟଣା : ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ବର : କେନ୍ଦ୍ରାପଡା ହୁକି ଟୋଲା ଡଙ୍ଗାବୁଡିରେ ୯ ଜଣ ମୃତ୍ୟୁ ଘଟଣାରେ ଗଭୀର ଦୁଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହା ସହ ଆହାତ ମାନଙ୍କର ଚିକିତ୍ସା ମାଗଣାରେ କରିବାକୁ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.