ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନରେ ନୂଆ ପାସେଞ୍ଜର ଟ୍ରେନ ଚଳାଇବାକୁ ଦାବି କରି ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ପୀୟୁଷ ଗୋଏଲଙ୍କୁ ନବୀନ ଲେଖିଲେ ଚିଠି
ଭୁବନେଶ୍ବର : ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନରେ ନୂଆ ରେଳ ପାଇଁ ଚିଠି ଲେଖଛନ୍ତି। ଏହି ରୁଟରେ ନୂଆ ପାସେଞ୍ଜର ଟ୍ରେନ ଚଳାଇବାକୁ ସେ ଦାବି କରିଛନ୍ତି। ବଲାଙ୍ଗୀରୁ ଭଇଁଷାପାଲି ସେକ୍ସନ ନିର୍ମାଣ ସଂପୂର୍ଣ୍ଣ ହୋଇଛି। ରେଲ ନିରାପତ୍ତା ନେଇ କମିସନରଙ୍କ ନୀରିକ୍ଷଣ ମଧ୍ୟ ଶେଷ ହୋଇଛି। ଫଳରେ ପଶ୍ଚିମ ଓଡ଼ିଶାବାସୀଙ୍କ ସୁବିଧା ପାଇଁ ଖୁବ ଶୀଘ୍ର ଏହି ଲାଇନରେ ରେଳ ପାଇଁ ସେ ଅନୁରୋଧ କରିଛନ୍ତି। ସେହିପରି ହାଓଡ଼ା ଓ ବିଶାଖାପାଟଣା ସହ ସିଧାସଳଖ ଯୋଗାଯୋଗ ପାଇଁ ନୟାଗଡ଼ ଟାଉନ ସହ ରେଳ ଚଳାଚଳକୁ ତ୍ୱରିତ କରିବାକୁ ସେ ପତ୍ରରେ ଦାବୀ କରିଛନ୍ତି। ଏହା ସହ କୋଲକାତାରୁ ଭୁବନେଶ୍ୱର ଆସୁଥିବା ରେଳକୁ ନୟାଗଡ଼ ପର୍ୟ୍ୟ ନ୍ତ ସଂପ୍ରସାରଣ କରିବାକୁ ସେ ଦାବି କରିଛନ୍ତି ।
ଖୋର୍ଦ୍ଧା-ବଲାଙ୍ଗୀର ରୁଟରେ ଟ୍ରେନ ଚଳାଚଳ ଦାବି କରି ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗିର-ଭଏଁସାପାଲ୍ଲୀଠାରୁ ୧୬ କିମି ରୁଟରେ ପାସେଞ୍ଜର ଟ୍ରେନ ଚଳାଚଳ ନେଇ ଚିଠିରେ ଉଲ୍ଲେଖ କରିଛି । ଅକ୍ଟୋବର ମାସରେ ସୁରକ୍ଷା ସମ୍ବନ୍ଧିତ ସମସ୍ତ ଯାଂଚ ଶେଷ ହୋଇଛି ଏହା ବ୍ୟତୀତ ନୟାଗଡରୁ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ଚିଠିରେ ଦାବି ହୋଇଛି ।
ଦଶପଲା ଠାରୁ ବଲାଙ୍ଗର ୧୭୭ କିମି ରେଳପଥ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ପ୍ରତିଶତ ଭାଗିଦାରୀ ସହମାଗଣାରେ ଜମି ମଧ୍ୟ ପ୍ରଦାନ କରାଯାଇଛି । ଯେଉଁଥିପାଇଁ ୨୦୧୦ରୁ ଭାରତୀୟ ରେଳବାଇକୁ ୧୯ କିମିି ଲାଇନ ଲାଗି ଜମି ମାଗଣାରେ ପ୍ରଦାନ କରାଯାଇଛି । ଆଉ ଏ ଦିଗରେ ରେଳମନ୍ତ୍ରାଳୟ ଶୀଘ୍ର କାମ କରିବା ଜରୁରୀ । ବଲାଙ୍ଗିରଠାରୁ ଭଇଁସାପାଲି ରୁଟରେ ୧୬ କିମି କାମ ଶେଷ ହୋଇଯାଇଛି । ତେବେ ଏହି ରୁଟରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଲୋକେ ଅନେକ ଦିନରୁ ଅପେକ୍ଷା କରି ବସିଛନ୍ତି । ଭାରତୀୟ ରେଳବାଇ ବିଳମ୍ବ ନକରି ଏହି ରୁଟରେ ପାସେଞ୍ଜର ଟ୍ରେନ ଚଳାଚଳ କରିବା ପାଇଁ ଅନୁରୋଧ କରିଛନ୍ତି ନବୀନ । ଯଦ୍ୱାରା ପଶ୍ଚିମ ଓଡ଼ିଶାବାସୀ ହଜାର ହଜାର ଲୋକ ଉପକୃତ ହୋଇପାରିବେ ।
ଏହାବ୍ୟତୀତ ନୟାଗଡ଼ ଠାରୁ ମେଲ୍ ଏକ୍ସପ୍ରେସ ଚଳାଚଳ ପାଇଁ ମଧ୍ୟ ଚିଠିଲେ ଉଲ୍ଲେଖ କରିଛନ୍ତି ନବୀନ । ଏହା ବ୍ୟତୀତ ଏହି ରୁଟକୁ ହାଉଡ଼ା ଓ ବିଶାଖାପାଟଣା ସହ ଯୋଗାଯୋଗ କରିବା ପାଇଁ ଦାବି କରିଛନ୍ତି । ଭୁବନେଶ୍ୱରରୁ କୋଲକାତା ଯାଉଥିବା ଗରିବ ରଥ ଏକ୍ସପ୍ରେସକୁ ନୟାଗଡ଼ ପର୍ୟ୍ୟନ୍ତ ସଂପ୍ରସାରଣ କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ଏହି ଟ୍ରେନ ଚଳାଳଚ ହେବା ଦ୍ୱାରା ନୟାଗଡ଼, କନ୍ଧମାଳ, ବୌଦ୍ଧ ଓ ସୁବର୍ଣ୍ଣପୁର ଏବଂ ବଲାଙ୍ଗୀର ଜିଲ୍ଲାର ଲୋକେ ଉପକୃତ ହୋଇପାରିବେ । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ ଗୋଏଲଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
