କଟକ ଜବାହରଲାଲ ଇନଡୋର ଷ୍ଟାଡିୟମ୍ରେ ଆରମ୍ଭ ହେଲା ୮୦ତମ ଜାତୀୟ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍
କଟକ : ରେକର୍ଡ ସଂଖ୍ୟକ ପ୍ରତିଯୋଗୀଙ୍କୁ ନେଇ କଟକ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମ୍ ରେ ଆରମ୍ଭ ହେଲା ଜାତୀୟ ଟେବୁଲ ଟେନିସ୍ ଚାମ୍ପିଅନସିପ୍ । ଏସିଆନ୍ ଗେମ୍ସ ଓ କମନଓ୍ୱେଲ୍ଥ ଗେମ୍ସ ରେ ପଦକ ବିଜେତି ଖେଳାଳୀ ମାନେ ଏହି ଚାମ୍ପିଅନସିପ୍ ରେ ଅଂଶଗ୍ରହଣ କରିଛନ୍ତି । ତେଣୁ ପ୍ରତିଯୋଗିତା ବେଶ୍ ଟଫ୍ ହେବ ବୋଲି ଆଶା କରାଯାଉଛି । ସେପଟେ ଟେବୁଲ ଟେନିସ୍ ପାଇଁ ରାଜ୍ୟରେ ହାଇ ପରଫରମାନ୍ସ ଏକାଡେମୀ ଖୋଲିବା ପାଇଁ ଜାତୀୟ ଟେବୁଲ ଟେନିସ୍ ଆସୋସିଏସନ୍ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରି ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି କ୍ରୀଡା ମନ୍ତ୍ରୀ । ଅନ୍ୟପଟେ ବ୍ଲକ୍ ସ୍ତରରେ ଟେବୁଲ୍ ଟେନିସ୍ କୁ ପହଞ୍ଚାଇବା ପାଇଁ ପ୍ରତି ବ୍ଲକ୍ ରେ ଟେବୁଲ୍ ଟେନିସ୍ ସେଣ୍ଟର ଖୋଲାଯିବାର ଯୋଜନା ରହିଛି ବୋଲି କହିଛନ୍ତି ରାଜ୍ୟ ଟେବୁଲ ଟେନିସ୍ ଆସୋସିଏସନ୍ ସଭାପତି ।
କଟକ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମ୍ ରେ ଆରମ୍ଭ ହେଲା ୮୦ ତମ ଜାତୀୟ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ । କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଚାମ୍ପିୟନସିପକୁ ଉଦଘାଟନ କରିଛନ୍ତି । ଏଥିରେ ସର୍ବାଧିକ ୬ ଶହ ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି କମନୱେଲ୍ଥ ସ୍ବର୍ଣ୍ଣ ପଦକ ବିଜେତା ମନିକା ବାତ୍ରା ଓ ଏସିଆନ୍ ପଦକ ବିଜେତା ସରଥ୍ କମଲ୍ । ରାଜ୍ୟରେ ହାଇ ପରଫରମାନ୍ସ ଟେବୁଲ୍ ଟେନିସ୍ ସେଣ୍ଟର ଖୋଲିବା ପାଇଁ ଜାତୀୟ ଟେବୁଲ ଟେନିସ୍ ଆସୋସିଏସନ୍ ଦେଇଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କ୍ରୀଡା ମନ୍ତ୍ରୀ କହିଛନ୍ତି
