ମେ।ବାଇଲରେ ଗେମ୍ ଖେଳିବା ନେଇ ଅ।କଟ ? ନା ପାଠ ପଢାରେ ଅତ୍ୟଧିକ ଚାପ ? କେଉଁ କାରଣରୁ ଜୀବନ ହାରିଲା ସପ୍ତମ ଶ୍ରେଣୀର ଛାତ୍ର
ଭୁବନେଶ୍ବର : କମିଶନରେଟ ପେ।ଲିସ ସ୍ପେସାଲ ସ୍କ୍ବାଡ ଏସିପି ସଞ୍ଜୀବ ଶତପଥୀଙ୍କ ନାବାଳକ ପୁଅର ଆତ୍ମହତ୍ୟା । ଶନିବାର ବିଳମ୍ବିତ ରାତିରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି ଏସସିପିଙ୍କ ପୁଅ । ଝୁଲନ୍ତା ଅବସ୍ତାରେ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ମେ।ବାଇଲରେ ଗେମ୍ ଖେଳିବା ନେଇ ଅ।କଟ ? ନା ପାଠ ପଢାରେ ଅତ୍ୟଧିକ ଚାପ ? କେଉଁ କାରଣରୁ ଜୀବନ ହାରିଲା ସପ୍ତମ ଶ୍ରେଣୀର ଛାତ୍ର । ଆତ୍ମହତ୍ୟାର ପନ୍ଥା ବାଛି ନେବାକୁ କେମିତି ଆସିଲା ମାନସିକତା । ଏତେ କମ୍ ବୟସରେ ଏଭଳି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶନିବାର ବିଳମ୍ବିତ ରାତିରେ କମିଶନରେଟ ପୋଲିସ ସ୍ପେସାଲ ସ୍କ୍ବାଡ ଏସିପି ସଞ୍ଜୀବ ଶତପଥୀଙ୍କ ନାବାଳକ ପୁଅ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ନୟାପଲୀ ସ୍ଥିତ ସରକାରୀ ବାସଭବନରେ ଝୁଲନ୍ତା ଅବସ୍ଥାରେ ମିଳିଛି ମୃତଦେହ । ଜିନ୍ସ ପ୍ୟାଣ୍ଟକୁ ଫ୍ୟାନରେ ବାନ୍ଧି ଝୁଲିପଡିଛି । ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ପେ।ଲିସ ଘଟଣାର ତଦନ୍ତ କରୁଛି ।
ତେବେ ଅନଲାଇନ ଗେମ୍ ଆତ୍ମହତ୍ୟାର କାରଣ ବୋଲି ସନ୍ଦେହ କରାଯାଉଛି । ଶନିବାର ବିଳମ୍ବିତ ରାତିରେ ମେ।ବାଇଲରେ ଗେମ ଖେଳୁଥିଲେ ଏସସିପିଙ୍କ ପୁଅ । ଗେମଟି ସମାଧାନ ନହେବାରୁ ବାପାଙ୍କୁ ଫେ।ନ୍ କରି ପଚାରିଥିଲେ । ଖେଳ ବନ୍ଦ କରିବାକୁ ବାପା ପରାମର୍ଶ ଦେଇଥିଲେ । କାହା କଥା ନଶୁଣି ରୁମ୍ ର କବାଟ ବନ୍ଦ କରିଦେଇଥିଲା ପିଲାଟି । ଅଧଘଣ୍ଟା ପରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ପୁଅର ମୃତ ଦେହ ।
ବ୍ଲୁ ହ୍ବେଲ ଗେମ୍ ହେଉ କି ମେ।ମେ। ଭଳି ଅନଲାଇନ୍ ଗେମ୍, ଛେ।ଟ ଛେ।ଟ ପିଲାଙ୍କ ଜୀବନ ପାଇଁ ବିପଦ ପାଲଟିଛି । ଗେମ୍ ଫାଶରେ ପଡି ଜୀବନ ହାରୁଛନ୍ତି କିଶେ।ର କିଶେ।ରୀ । ତେଣୁ ମେ।ବାଇଲ ଫେ।ନ୍ ଠାରୁ ପିଲାମାନଙ୍କୁ ଦୂରରେ ରଖିବାକୁ ବାପା ମା ମାନେ ସଚେତନ ହେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
