ଶଶିଙ୍କୁ କୃଷି, ରମେଶଙ୍କୁ ପଞ୍ଚାୟତୀରାଜ ଓ ପାନୀୟ ଜଳଯୋଗାଣ ବିଭାଗର ଅତିରିକ୍ତ ଦାୟୀତ୍ବ

ଭୁବନେଶ୍ବର :  ମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦେଇବାପରେ ତାଙ୍କ ଇସ୍ତଫା ପଦ୍ରକୁ ଗ୍ରହଣ କରିଛନ୍ତି ମୁଖଯମନ୍ତ୍ରୀ । ଏହା ସହ ପ୍ରଦୀପ ମହାରଥୀଙ୍କ ପାଖରେ ଥିବା ଗୁରୁତ୍ବ ପୂଣ୍ଣ ବିଭାଗ କୃଷି,ପଶୁପାଳନ ଓ ମତ୍ସ ସଂପଦ ବିଭାଗ ଏଂବ ପଞ୍ଚାୟତୀରାଜ ପାନୀୟ ଜଳ ଯୋଗାଣ ବିଭାଗକୁ ଦୁଇ ମନ୍ତ୍ରୀଙ୍କୁ ବାଣ୍ଟି ଦେଇଛନ୍ତି । ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ କୃଷି ଓ ମତ୍ସ ଓ ପଶୁ ସମ୍ପଦ ବିଭାଗ ଅତିରିକ୍ତ ଦାୟୀତ୍ବ ମିଳିଥିବା ବେଳେ ଆଦିବାସୀ କଲ୍ୟାଣ ବିଭାଗ ଦାୟୀତ୍ବରେ ଥିବା ମନ୍ତ୍ରୀ ରମେଶ ମାଝୀଙ୍କୁ ପଞ୍ଚାୟତୀରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ଅତିରିକ୍ତ ଦାୟୀତ୍ବ ମିଳିଛି ।

ପିପିଲି ଗଣଦୁଷର୍ମ ଏବଂ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବାରମ୍ବାର ବିବାଦ ଘେରରେ ରହି ଆସିଥିଲେ ମନ୍ତ୍ରୀ ମହାରଥୀ।  ନିକଟରେ କୋର୍ଟରେ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପରେ ମନ୍ତ୍ରୀ ମହାରଥୀ ଦେଇଥିବା ମନ୍ତବ୍ୟ ବିବାଦ ହୋଇଥିଲା। ଏହାକୁ ବିରୋଧୀ ଗଣ୍ଠି ପକାଇ ତାଙ୍କ ବାସଭବନରେ ବିରୋଧ କରିଥିଲେ। ତେବେ ଗତକାଲି ବାରିପଦାରେ ନାରୀଙ୍କ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ଷେପ କରିବା ପରେ ରାଜ୍ୟ ସରକାରଙ୍କ ଆଡକୁ ବିରୋଧୀ ଆକ୍ଷେପ ତୀବ୍ର କରିଥିଲେ। ତେବେ ଚାପ ବଢୁଥିବା ଦେଖି ମନ୍ତ୍ରୀ ମହାରଥୀ ଇସ୍ତଫା ଦେଇଛନ୍ତି ।

Leave A Reply

Your email address will not be published.