ନିକିତା ମୃତ୍ୟୁ ରହସ୍ୟ : ପରିବାର ଅଭିଯୋଗ ପରେ ବଦଳିଲା ପୋଲିସର ତଦନ୍ତ ଦିଗ

ଛାତ ଉପରେ ସ୍ବାମୀ- ସ୍ତ୍ରୀଙ୍କ ଭିତରେ ହୋଇଥିଲା ଝଗଡା

କଟକ :  ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ ମାମଲାରେ ଆଜି ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିବ ପୋଲିସ। ସାଇଣ୍ଟିଫିକ୍  ଟିମ୍  ନିକିତାଙ୍କ ଘରକୁ ଯାଇ ଅନୁଧ୍ୟାନ କରିବ। ନିକିତାଙ୍କର ସ୍ବାମୀ ଅଟକ ଥିବା ବେଳେ ଆଜି ତାଙ୍କ ଶାଶୁ ଶ୍ବଶୁରଙ୍କୁ ଜେରା କରିପାରେ ପୋଲିସ। ଅନ୍ୟପକ୍ଷରେ ଏହି ମାମଲାରେ  ମୁହଁ ଖୋଲିଛନ୍ତି ନିକିତାଙ୍କର ବାପଘର ଲୋକେ। ନିକିତାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ଶାଶୁ ଘର ଲୋକେ ମାରିଦେଇଛନ୍ତି। ଘଟଣା ଦିନ ନିକିତା ଓ ତାଙ୍କ ସ୍ବାମୀ ଲିପନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ସେ ଛାତ ଉପରକୁ ଯାଇଥିଲେ। ସେଠାରେ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ନିକିତାଙ୍କୁ ଲିପନ୍ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା ସନାତନ ବେହେରା।  ବିବାହର ୬ରୁ ୭ ମାସ ପରେ ଶାଶୂଘର ଲୋକେ ନିକିତାଙ୍କୁ ଘରୁ ବାହାର କରିଦେଇଥିଲେ । ନିକିତାଙ୍କ ରୋଜଗାର ଟଙ୍କା ଏବଂ ଘରେ ରହିବା ପାଇଁ ଲିପନ୍ ଓ ତାଙ୍କ ପରିବାର ଚାପ ଦେଉଥିଲେ ବୋଲି କହିଛନ୍ତି ସନାତନ। ଏନେଇ ସେ ଚାଉଳିଆଗଞ୍ଜ ଥାନାରେ ଲିପନ୍ ସାହୁ, ତାଙ୍କ ମା କୁନ୍ତଳା ସାହୁ ଓ ବାପା ଲିଙ୍ଗରାଜ ସାହୁଙ୍କ ନାଁରେ ଏତେଲା ଦେଇଛନ୍ତି । ପୋଲିସ ମାମଲା ରୁଜୁ କରିବା ଉଭୟଙ୍କୁ ଅଟକ ରଖିଛି ।

Leave A Reply

Your email address will not be published.