ଅଷ୍ଟ୍ରେଲିଆ ମାଟିରେ ଭାରତର ଇତିହାସ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ମାଟିରେ ଭାରତର ଇତିହାସ । ୭୨ବର୍ଷ ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିଲା ଟିମ୍ ଇଣ୍ଡିଆ । ୧୯୪୭ପରେ ଯେବେଠୁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଟୁର୍ ଆରମ୍ଭ କରିଛନ୍ତି, ସେବେଠୁ କୌଣସି କ୍ୟାପଟେନ୍ ଟେଷ୍ଟ ସିରିଜ୍ ଜିତି ନତିବା ବେଳେ ବିରାଟ କୋହଲୀ ଦେଇଛନ୍ତି ସ୍ବର୍ଣ୍ଣିମ ବିଜୟ ।
ପାଗ ଖରାପ ଯୋଗୁ ସିଜନୀ ଟେଷ୍ଟର ପଞ୍ଚମ ଦିନରେ ଖେଳ ହୋଇ ପାରିନଥିଲା । ତେଣୁ ସିଡନୀ ଟେଷ୍ଟ ଡ୍ର ଘୋଷଣା କରାଯାଇଥିଲା । ଏହାସହ ୪ଟିକିଆ ଟେଷ୍ଟ ସିରିଜକୁ ବିରାଟ ବାହିନୀ ୨-୧ରେ କବଜା କରିନେଇଛି । ଆଡିଲେଡ୍ ରେ ପ୍ରଥମ ଟେଷ୍ଟ ଏବଂ ମେଲବୋର୍ଣ୍ଣରେ ତୃତୀୟ ଟେଷ୍ଟ ଜିତିଛି ଭାରତ । ପୂରା ସିରିଜରେ ଚେତେଶ୍ବର ପୂଜାରା ସର୍ବାଧିକ ୫୨୧ରନ୍ କରି ପ୍ଲେୟାର ଅଫ ଦ ସିରିଜ୍ ଘୋଷଣା କରାଯାଇଛି । ସେହିପରି ସିରିଜ୍ ରେ ଯଶପ୍ରୀତ ବୁମରା ନେଇଛନ୍ତି ୨୧ୱିକେଟ୍ ।
