ସ୍କୁଲ ପାଖରେ ବୁଲୁଛି କଲରାପତରିଆ ବାଘ

କନ୍ଧମାଳ : ସ୍କୁଲ ପାଖରେ ବୁଲୁଛି କଲରାପତରିଆ ବାଘ । କନ୍ଧମାଳ ଜିଲ୍ଲା କୋଟଗଡ଼ ଝରିଆପଦା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଖରେ କଲରାପତରିଆ ବାଘର ଗତିବିଧିକୁ ନେଇ ଲୋକେ ଆତଙ୍କିତ ।  କଲରାପତରିଆ ବାଘ ୨ଟି ବଳଦକୁ ମାରିଥିବା ଗାଁ ଲୋକେ କହିଛନ୍ତି । କିଛି ଲୋକ କଲାରାପତରିଆକୁ ସ୍କୁଲ ପାଖରେ ଦେଖିବାକୁ ପାଇଥିଲେ। ଭୟଭୀତ ହୋଇ ପାଟିତୁଣ୍ଡ କରିବା ପରେ ବାଘଟି ସେଠାରୁ ପଳାଇଥିଲା। ଏହା ପରେ ସଂଗେ ସଂଗେ ସ୍ଥାନୀୟବାସିନ୍ଦା ବନବିଭାଗ ରେଞ୍ଜ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ କର୍ମଚାରୀ ପହଞ୍ଚି ବାଘର ପାଦଚିହ୍ନ ଠାବ କରିଥିଲେ। ବାଘର ଗତିବିଧି ଜାଣିବା ପାଇଁ କ୍ୟାମେରା ଲଗାଯାଇଛି। ବନବିଭାଗ ଅଧିକାରୀଙ୍କ କହିବା କଥା, ଏହି ଦୁଇ ମାସ ବାଘ ଚଳଚଞ୍ଚଳ ରହିବେ। ତେବେ ଜଙ୍ଗଲରୁ ବାଘ ଯେଭଳି ସହରକୁ ନ ଆସିବେ ଏହା ଉପରେ ନଜର ରଖାଯିବ ।

Leave A Reply

Your email address will not be published.