ଚାଷୀ ପ୍ରସଙ୍ଗେର ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲା କଂଗ୍ରେସ,କେନ୍ଦ୍ର ଓ ରାଜ୍ୟକୁ କଲା ଟାର୍ଗେଟ

ଭୁବନେଶ୍ବର :  ଚାଷୀ ପ୍ରସଙ୍ଗରେ ପଛରେ ପଡିନି କଂଗ୍ରେସ । ଚାଷୀ ଓ ଚାଷ ପ୍ରସଙ୍ଗେର ରାସ୍ତାକୁ ଓହ୍ଲାଇଛି ଦଳ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚାଷୀ ମାରଣ ବୋଲି କଂଗ୍ରେସ କହିଛି । ଚାଷୀଙ୍କ ବିଭିନ୍ନ ଦାବି ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି କିଶାନ କଂଗ୍ରେସ । ରାଜ୍ୟ ସରକାର ଚାଷୀ ମାରଣ ନୀତି କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଏହା ସହ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢି ବଢି ଚାଲିଛି । ଏ ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟ ପ୍ରଦେଶ କଂଗ୍ରେସ କୃଷକ ସେଲ ସ୍ମାରକପତ୍ର ଦେଇଛି । ବିଶେଷ କରି କୃଷି ଋଣ ଛାଡ, ଧାନ କ୍ବିଣ୍ଟାଲ ପିଛା ବୋନସ୍ ୭୫୦ ଟଙ୍କା, ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଦାବି କରିଛି କଂଗ୍ରେସ ।

Leave A Reply

Your email address will not be published.