ଚାଷ ଓ ଚାଷୀ ପ୍ରସଙ୍ଗରେ ସଚିବାଳୟ ଘେରିଲା ବିଜେପି

 ଭୁବନେଶ୍ବର :  ଭୁବନେଶ୍ବରରେ ଚାଷ ଓ ଚାଷୀ ରାସ୍ତାକୁ ଓହ୍ଲାଇଛି ବିଜେପି । ରାଜ୍ୟ ସରକାର ଚାଷୀଙ୍କୁ ଧାନର ଉଚିତ ମୁଲ୍ୟ ନେଦବା, ମଣ୍ଡିରେ ଅବ୍ୟବସ୍ଥା, କଟନି ଛଟନି ବାହାନାରେ ଚାଷୀଙ୍କୁ ଠକେଇ ପ୍ରତିବାଦ କରିଛି ବିଜେପି କିଶାନ ମୋର୍ଚ୍ଚା ।  ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଦିଲ୍ଲୀ ରେ ବିଜେଡି ବିଶାଳ ସମାବେଶ କରୁଥିବା ବେଳେ ଏପଟେ ରାଜ୍ୟ ସଚିବାଳୟ ଘେରାଉ କରିଛି ବିଜେପି କୃଷକ ମୋର୍ଚ୍ଚା । ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ସଚିବାଳୟ ଘେରାଉ କରିଛି ବିଜେପି ।

ଏହେଉଛି ବିଜେପିର ପ୍ରତିବାଦ ଶୋଭାଯାତ୍ରା । ରାଜ୍ୟ କାର୍ଯ୍ୟାଳୟରୁ ବାହାରି ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ସଚିବାଳୟକୁ ଯାଇଥିଲେ । ସଚିବାଳୟ ରାସ୍ତାରେ  ଶଗଡରେ ଧାନ ବୋହି ରାସ୍ତା ଅବରୋଧ କରିଥିଲେ  । ରାସ୍ତାରେ ଅସ୍ଥାୟୀ ମଣ୍ଡି ଖୋଲି ପ୍ରଦିବାଦ କରିଥିଲା ବିଜେପି । ସୁରକ୍ଷା ବଳୟକୁ ଭାଙ୍ଗି ବିକ୍ଷୋଭକାରୀ ସଚିବାଳୟକୁ ଧସେଇ ପସିବାକୁ ଉଦ୍ୟମ କରିବା ବେଳେ ବିକ୍ଷୋଭକାରୀ ଏବଂ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବ୍ୟାପକ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ସହ ଧସ୍ତା ଧସ୍ତି ହୋଇଥିଲେ ବିଜେପି କର୍ମୀ । ରାସ୍ତାରେ ଧାରଣା ଦେଇଥିଲେ । ସରକାର ଚାଷୀଙ୍କୁ ଉଚିତ ମଲ୍ୟ ନଦେଲେ ଆନ୍ଦୋଳନ ଆଗକୁ ଆହୁରୀ ଯୋରଦାର କରାଯିବ ବୋଲି ଚେତାବନି ଦେଇଛି ବିଜେପି ।

Leave A Reply

Your email address will not be published.