ଜାନୁଆରି ୧୫ ଯାଏ ବଢ଼ିଲା କାଳିଆ ଯୋଜନା ଆବେଦନ ଅବଧି

ଭୁବନେଶ୍ବର :  ବଢ଼ିଲା କାଳିଆ ଯୋଜନା ଆବେଦନ ଅବଧି।  କାଳିଆ ଯୋଜନାରେ ସାମିଲ ହେବା ଲାଗି ଚାଷୀମାନଙ୍କ ମଧ୍ୟରେ ବିଶେଷ ଆଗ୍ରହକୁ ଦେଖି ସରକାର ଆବେଦନ ତାରିଖ ବଢ଼ାଇଛନ୍ତି। ପୂର୍ବରୁ ଆବେଦନ ଅବଧି ଜାନୁଆରି ୧୦ ପର୍ଯ୍ୟନ୍ତ ଥିବା ବେଳେ ଏହାକୁ ଜାନୁଆରି ୧୫ ତାରିଖ ଯାଏଁ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦ୍ବିତୀୟ ପର୍ଯ୍ୟାୟ ଆବେଦନ ଅବଧି ଜାନୁଆରି ୨୫ରୁ ଫେବ୍ରୁଆରି ୫ ତାରିଖ ଯାଏଁ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ଆବଶ୍ୟକ ସ୍ଥଳେ ତୃତୀୟ ପର୍ଯ୍ୟାୟ ଆବେଦନ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ।  ଯେଜନାରୁ ଯେମିତି କେବି ବି ବାଦ ନପଡ଼ନ୍ତି ସେଥିପ୍ରତି ଯତ୍ନବାନ ହେବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

Leave A Reply

Your email address will not be published.