ବାଲିଯାତ୍ରା ପଡ଼ିଆରେ ସାଧାରଣ ସଭାରେ ଦେବେ ଉଦବୋଧନ

କଟକ : ନିଖିଳ ଭାରତ କଂଗ୍ରେସ କମିଟି ସଭାପତି ରାହୁଲ ଗାନ୍ଧୀ ଆସନ୍ତା ୨୫ତାରିଖରେ କଟକ ଆସିବେ ବୋଲି ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ସାଧାରଣ ସଭା ସହିତ ସାଂଗଠନିକ କର୍ମୀ ସମାବେଶରେ ରାହୁଲ ଯୋଗଦେବେ ବୋଲି କଟକ ନଗର କଂଗ୍ରେସ ସଭାପତି ଇଂ. ମହମ୍ମଦ ମୋକିମ୍ ସୂଚନା ଦେଇଛନ୍ତି । ୨୫ ତାରିଖ ପୂର୍ବାହ୍ନରେ ରାହୁଲଜୀ ବିମାନ ଯୋଗେ ଭୁବେନଶ୍ୱରରେ ପହଞ୍ôଚବା ପରେ କାର୍ରେ କଟକରେ ପହଞ୍ôଚବାର କାର୍ଯ୍ୟକ୍ରମ ରହିଛି । ଦଳୀୟ ସାଙ୍ଗଠିନକ କାର୍ଯ୍ୟକ୍ରମ ସମ୍ପର୍କରେ କର୍ମୀମାନଙ୍କ ସହ ରାହୁଲ ଆଲୋଚନା କରିବେ । ଅପରାହ୍ନ ସାଢେ ୨ଟାରେ ବାଲିଯାତ୍ରା ପଡ଼ିଆରେ ଏକ ସାଧାରଣ ସଭାରେ ସେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ମୋକିମ୍ ସୂଚନା ଦେଇଛନ୍ତି ।
