ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଅଡୁଆରେ ହାର୍ଦ୍ଦିକ୍ ପାଣ୍ଡ୍ୟା

ଟିଭି ଚ୍ୟାନେଲ୍‌ ସୋ ‘କଫି ଉଇଥ କରନ୍’ ରେ ମହିଳାମାନଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିଲେ ପାଣ୍ଡ୍ୟା

ନୂଆଦିଲ୍ଲୀ : ପାଣ୍ଡ୍ୟାଙ୍କୁ ନେଇ ଉଠିଲାଣି ପଡ଼ିଲାଣି ସୋସିଆଲ୍‌ ମିଡିଆ । ସ୍ଥିତି ଏମିତି ହେଲାଣି ଯେ ଦୁଇଟି ମ୍ୟାଚ୍‌ରେ ଭାରତୀୟ କ୍ରିକେଟର  ହାର୍ଦ୍ଦିକ୍ ପାଣ୍ଡ୍ୟା ଓ କେ.ଏଲ୍‌ ରାହୁଲଙ୍କୁ ବସାଇ ଦେବାକୁ ଖୋଦ୍‌ ବିସିସିଆଇ ସୁପାରିଶ କରିଛି । ହାର୍ଦ୍ଦିକ ଏଥିପାଇଁ କ୍ଷମା ମାଗିବା ସହ ଦୁଃଖ ପ୍ରକାଶ କରିଥିଲେ ବି ନରମ ପଡିନାହିଁ ବିସିସିଆଇ । କଫ ଉଇଥ କରନ ସୋରେ ମହିଳାଙ୍କ ପ୍ରତି ଅରୁଚିକର ତଥା ଅଶାଳୀନ ମନ୍ତବ୍ୟ ଦେଇ ଫସିଛନ୍ତି ପାଣ୍ଡ୍ୟା ଓ ରାହୁଲ୍‌ ।

କ୍ରିକେଟ୍‌ର ପାଣ୍ଡ୍ୟାଙ୍କ ଗନ୍ଦିବାତ୍‌ । କହୁକହୁ କହିଦେଇଛନ୍ତି ବହୁ ଅଶାଳୀନ କଥା ।ଯାହା କୌଣସି ମହିଳାଙ୍କ ପ୍ରତି କିମ୍ବା ସଭ୍ୟ ସମାଜ ପ୍ରତି ଆଦୌ ଗ୍ରହଣୀୟ ନୁହେଁ । ଯାହାକୁ ନେଇ ପାଣ୍ଡ୍ୟା ପଡିଛନ୍ତି ହରଡଘଣାରେ । ଖାଲି ପାଣ୍ଡ୍ୟା ନୁହନ୍ତି ସାଥୀ କ୍ରିକେଟର କେ.ଏଲ୍‌ ରାହୁଲଙ୍କ ଉପରେ ଏବେ ଝୁଲୁଛି ବିସିସିଆଇ ଖଣ୍ଡା । ଦୁଇ ଜଣଙ୍କୁ ୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ବାସନ୍ଦ ପାଇଁ ବିସିସିଆଇ କମିଟି ଅଫ ଆଡମିନିଷ୍ଟ୍ରେଟରର ମୁଖ୍ୟ ବିନୋଦ ରାଏ ସୁପାରିଶ କରିଛନ୍ତି । ଏକ ପପୁଲାର ଟିଭି ଚ୍ୟାନେଲ୍‌ ସୋ ‘କଫି ଉଇଥ କରନ୍’ ରେ ମହିଳାମାନଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିଲେ ।ଯାହା ସୋସିଆଲ୍‌ ମିଡିଆରେ ବେଶ ହଇଚଇ ସୃଷ୍ଟି କରିଥିଲା । କ୍ରିକେଟ୍‌ ଫ୍ୟାନ୍‌ ଓ ସାଧାରଣ ଲୋକେ ପାଣ୍ଡ୍ୟା ଓ କେ.ଏଲ୍‌ ରାହୁଲଙ୍କୁ କଡା ସମାଲୋଚନା କରିବା ସହ ଟ୍ରୋଲ୍ କରିଥିଲେ । ଏହାପରେ ବିସିସିଆଇ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା । ୨୪ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ କହିଥିଲା ।

ସୋସିଆଲ୍‌ ମିଡିଆରେ ଦୁଇ କ୍ରିକେଟ୍‌ରେ ହଟହଟା ହେବା ପରେ ପାଣ୍ଡ୍ୟା ଟୁଇଟ୍‌ କରି ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଥିଲେ । ଏପରି ବ୍ୟବହାର ଭବିଷ୍ୟତରେ ସେ ଆଉ ଦେଖାଇବେ ନାହିଁ ବୋଲି ଜଣାଇଥିଲେ । ଏହା ବିସିସିଆଇକୁ ସନ୍ତୁଷ୍ଟ କରିପାରିନାହିଁ । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଛି ।

କଫି ଉଇଥ କରଣ ସୋରେ ପାଣ୍ଡ୍ୟା କହିଥିଲେ ସେ କୁଆଡେ ବହୁ ନାରୀଙ୍କ ସହ ଶାରିରୀକ ସଂପର୍କ ରଖନ୍ତି । ମହିଳାମାନେ ତାଙ୍କ ପାଇଁ କେବଳ ଉପଭୋଗ୍ୟର ବସ୍ତୁ ବିଲୋ ସଂକେତ ଦେଇଥିଲେ । ମହିଳାଙ୍କ ସହ ଶାରିରୀକ ସଂପର୍କ ରଖିବା ଦିନ ସେ କୁଆଡେ ଏ ବିଷୟରେ ତାଙ୍କ ପିତା ମାତାଙ୍କୁ ଏପରି କରିଥିବା କହିଦେଇଥାନ୍ତି ବୋଲି କହିଥିଲେ ।

ଚଳିତ ଅଷ୍ଟ୍ରେଲିଆ ଗସ୍ତ ବେଳେ ପାଣ୍ଡ୍ୟା ଶେଷ ଦୁଇଟି ମ୍ୟାଚ୍‌ ପାଇଁ ସାମିଲ ହୋଇଥିଲେ ବି ଖେଳିବାକୁ ସୁଯୋଗ ପାଇନଥିଲେ । ଆଉ କ.ଏଲ୍‌ ରାହୁଲ ତ ପୂରା ଫେଲ୍‌ ମାରିଥିଲେ । ସିରିଜ୍‌ ବିଜୟ ପରେ ଏ ଦୁଇ ଖେଳାଳି ଡ୍ରେସିଂ ରୁମ୍‌ରେ ଉଗ୍ର ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଆଉ ଉଭୟଙ୍କୁ ବେସ୍‌ ଟ୍ରୋଲ୍‌ କରିଥିଲେ ପ୍ରଶଂସକ । କହିଥିଲେ ଜଣେ ଜମା ନଖେଳି ଆଉ ଅନ୍ୟଜଣେ କିଛି ନକରି ଉତ୍ସବ ପାଳନ କରୁଛନ୍ତି ।

Leave A Reply

Your email address will not be published.