ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

କୃଷ୍ଣପ୍ରସାଦ : ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗିଲିନାସୀ ହାଇସ୍କୁଲର ଜଣେ ଛାତ୍ରୀଙ୍କୁ ସେହି ଗାଁର ଦୁଇ ଯୁବକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଦୁଇ ଯୁବକ ତାଙ୍କୁ ପାଖ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ମାଆ ଥାନାରେ ଅଭିଯୋଗ କରିବା ପରେ କୃଷ୍ଣ ପ୍ରସାଦ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଆବାସିକ ବିଦ୍ୟାଳୟର  ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ହଷ୍ଟେଲ ନିକଟରୁ ପାଖ ଜଙ୍ଗଲକୁ ଉଠାଇ ନେଲେ ଦୁଷ୍କର୍ମ କରିଛନ୍ତି ଦୁଇ ଯୁବକ । କୃଷ୍ଣପ୍ରସାଦ ବ୍ଲକର ଗିଲିନାସୀ ହାଇସ୍କୁଲର ଏହି ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି ସେହି ଗାଁର ବଦ୍ରି ପ୍ରଧାନ ଏବଂ ଭାଗିରଥୀ ଗୌଡ଼ । ତେବେ ଛାତ୍ରୀ ଜଣଙ୍କ ଜୋରରେ ପାଟି କରିବାରୁ ସ୍କୁଲ କର୍ତ୍ତୃପକ୍ଷ ଏବଂ ଅନ୍ୟ ଛାତ୍ରୀମାନେ ଚାଲି ଆସିବାରୁ ଦୁଇ ଯୁବକ ପଳାଇଥିଲେ।…ପୀଡ଼ିତାଙ୍କ ମାଆ ଏନେଇ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ପୋଲିସ ଯୁବକଙ୍କ ଚପଲ ଜବତ କରିଛି । ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବବୋଲି କହିଛି ପୋଲିସ । ଏଭଳି ଘଟଣା ବାରମ୍ବାର ଘଟୁଛି।  ସେପଟେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଭାଗୀୟ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର

ଛାତ୍ରୀମାନଙ୍କ ପାଇଁ ଏଠି ହଷ୍ଟେଲ ହୋଇଛି, ହେଲେ ନାହିଁ ପାଚେରୀ । ହଷ୍ଟେଲଠାରୁ ଟଏଲେଟ ବି ଦୂରରେ।  ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି ଛାତ୍ରୀମାନେ । ଏଥିପାଇଁ ଏହି ଘଟଣା ପାଇଁ ସ୍କୂଲ ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରାଯିବନି କି?

Leave A Reply

Your email address will not be published.