କନ୍ଧମାଳ ଦାରିଙ୍ଗବାଡି ଗ୍ରୀନବାଡି ଆବାସିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ

ମନ୍ତ୍ରୀଙ୍କ ତଦନ୍ତି ନିର୍ଦେଶ, ୯ ଜଣଙ୍କ ଉପରେ କାଯ୍ୟାନୁଷ୍ଠାନ

କନ୍ଧମାଳ : କନ୍ଧମାଳ ଦାରିଙ୍ଗବାଡି ଗ୍ରୀନବାଡି ଆବାସିକ ସ୍କୁଲରେ ଏକ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ କରିବା ଏବଂ ପରେ ତାକୁ ଜଙ୍ଗଲକୁ ତଡ଼ିଦେବା ଘଟଣାକୁ ନେଇ ସାରା ରାଜ୍ୟ ହୁଲୁସ୍ତୁଲ ହୋଇଛି । ଏହି ଖବର ପ୍ରସାରଣ ପରେ ଗୋଟିଏ ପଟେ ସରକାର ଆକ୍ସନକୁ ଆସିଛନ୍ତି।  ୧୦ ଦିନ ଭିତରେ ଘଟଣାର ତଦନ୍ତ ରିପୋର୍ଟ ଦେବା ସହିତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।  ପ୍ରଶାସନ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ, ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।  

ଲଜ୍ଡା। ସଭ୍ୟ ସମାଜକୁ ଲଜ୍ଲା। ଆମ ସମାଜର ବେଟି ବଚାଓ  ବେଟି ପଢ଼ାଓ ସ୍ଲୋଗାନକୁ ଶକ୍ତ ଚଟକଣା। ଏଭଳି ଘଟଣା ଆମ ଓଡ଼ିଶାରେ ଘଟୁଛି, ଆଉ ଆମ ସମାଜରେ ଏସବୁ ଘଟଣାକୁ ପ୍ରଶ୍ରୟ ଦେଉଥିବାର କାର୍ପଟଦାରମାନେ ବି ଅଛନ୍ତି। ଏକ ଶିଶୁର ବର୍ତ୍ତମାନ ଓ ଭବିଷ୍ୟତ ସମ୍ବେଦନଶୀଳ ପ୍ରଶ୍ନ ହୋଇଥିବାରୁ ଏ ଚିତ୍ର ବି ଆପଣଙ୍କୁ ଦେଖାଇପାରୁନୁ। ୮ମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀ, ଯିଏକି ଆବାସିକା ବିଦ୍ୟାଳୟରେ ପାଠ ପଢୁଥିଲା ଏବେ ସନ୍ତାନ ପ୍ରସବ କରିଛି ସେ ପୁଣି ସ୍କୁଲ ପରିସରରେ। କନ୍ଧମାଳ ଗ୍ରୀନବାଡି ଆବାସିକ ସ୍କୁଲର ଏହି ଘଟଣା ସାରା ଓଡ଼ିଶାକୁ ଲଜ୍ଜିତ କରିଛି। ଆଉ ଝିଅକୁ ସ୍କୁଲ କର୍ତ୍ତୃପକ୍ଷ ହସ୍ପିଟାଲ ନେବା ପରିବର୍ତ୍ତେ ତାକୁ ଜଙ୍ଗଲକୁ ତଡ଼ିଦିଆଯାଇଛି। ତାତିଛନ୍ତି ଲୋକେ। କରିଛନ୍ତି। ରାସ୍ତା ଅବରୋଧ ।   ସ୍କୁଲ ସମ୍ମୁଖରେ ନିଆଁ ଜାଳି ପ୍ରତିବାଦ ଜଣାଇଛନ୍ତି।

ଦାରିଙ୍ଗବାଡି ଗ୍ରୀନବାଡି ଆବାସିକ ସ୍କୁଲର ଏହି କଳଙ୍କିତ ଘଟଣା ସଂପର୍କରେ ଖବର ପ୍ରସାରଣ କ _ùe ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ । ଘଟଣାରେ ତଦନ୍ତ କରି ରିପୋର୍ଟ ଦେବେ କନ୍ଧମାଳ ଜିଲ୍ଲାପାଳ । ଏବଂ ଜିଲ୍ଲାପାଳ ବି ତଦନ୍ତ ପାସ୍‌ କରିଛନ୍ତି ଉପଜିଲ୍ଲାପାଳଙ୍କ ନିକଟକୁ । ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ନିଲମ୍ବିତ କରାଯାଇଛି। ୩ ମହିଲା ଆସିଷ୍ଟାଣ୍ଟ ସୁପରିଣ୍ଚେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଇଛି। ୨ ମାଟ୍ରନ, ଜଣେ ଏଏନଏମ, ୨ କୁକ୍‌ଙ୍କୁ ବହିଷ୍କାର କରାଯାଇଛି। କେଉଁ ପରିସ୍ଥିତିର ଛାତ୍ରୀ ମାଆ ହେଲେ, ଏଥିପାଇଁ କିଏ ଦାୟୀ ସେନେଇ ତଦନ୍ତ ହେବ । ସେପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ କଲେଜର ଏକ ଯୁକ୍ତ ୩ ଛାତ୍ରକୁ ଧରିଛି ପୋଲିସ।

ଥଣ୍ଡାରେ ପୀଡିତା ଜଣକ ଶିଶୁକନ୍ୟାକୁ ଧରି ଥଣ୍ଡାରେ ଜଙ୍ଗଲ ଭିତରେ ପଡିଥିଲେ । ଲଜ୍ଜା ଏବଂ ପୀଡା ପରେ ନିର୍ଯାତନା ଦିଆଯାଇଛି । ଏନେଇ ଖବର ପ୍ରସାରଣ ପରେ ହିଁ ଆକ୍ସନକୁ ଆସିଥିଲେ ଜିଲ୍ଲା ମଙ୍ଗଳ ଅଧିକାରୀ । ପୀଡାତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୂର୍ବରୁ ମଧ୍ୟ କନ୍ଧମାଳ ଜିଲ୍ଲାରେ ଏକ ନାବାଳିକ ସନ୍ତାନ ପ୍ରସବ କରିବା ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା, ପୁଣିଥରେ ସମାନ ଘଟଣା ଘଟିଛି ସେହି କନ୍ଧମାଳରେ।

Leave A Reply

Your email address will not be published.