ପଶ୍ଚିମବଙ୍ଗରେ ମମତାଙ୍କ ଏକତ୍ବ ରାଲି, ମୋଦିଙ୍କ ବିରୋଧରେ ବିରୋଧୀଙ୍କ ମହାମେଳି

ସାମିଲ ହେଲେନି ବିଜେଡି ଓ ଟିଆରଏ ।

କୋଲକୋତା : ପଶ୍ଚିମବଙ୍ଗରେ ବିରୋଧୀଙ୍କ ମହାମେଳି। ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ର ନେତୃତାଧିନ ଏନଡିଏ ସରକାରଙ୍କୁ ଚେକ୍ ଏକାଠି ହୋଇଛନ୍ତି ପ୍ରମୁଖ ଦଳ ଗୁଡ଼ିକ । ଟିଏମସି ମୁଖ୍ୟ ମମତା ବାନର୍ଜୀଙ୍କ ଏହି ମହାମେଣ୍ଟର ନେତୃତ୍ବ ନେଉଥିବା ବେଳେ  ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି । ରାଲିକୁ ୧୯ଟି ଆଞ୍ଚଳିକ ଦଳ ସମର୍ଥନ ଜଣାଇଛନ୍ତି।  କଂଗ୍ରେସ ମଧ୍ୟ ରାଲିକୁ ସମର୍ଥନ ଜଣାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟିଏମସି ସୁପ୍ରିମୋ ମମତା ବାନାର୍ଜିଙ୍କୁ ଦିଦି ବୋଲି ସମ୍ବୋଧନ କରି ବିଜେପି ବିରୋଧୀ ଲଢେଇରେ ନୈତିକ ସମର୍ଥନ ଜଣାଇଛନ୍ତି। କଂଗ୍ରେସ ତରଫରୁ  ରାଲିରେ ମଲ୍ଲିକାର୍ଜୁନ ଖାଡ଼ଗେ ଯୋଗଦେଇଛନ୍ତି । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶରଦ ପାୱାର,ଅଖିଲେଶ ଯାଦବ, ଏମକେ ଷ୍ଟାଲିନ୍  ପ୍ରମୁଖ ମଧ୍ୟ ରାଲିରେ ସାମିଲ ହୋଇଛନ୍ତି ।  କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ  ଡି କୁମାରସ୍ବାମୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ,ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ,ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ବିଏସପି ସୁପ୍ରିମୋ ମାୟାବତିଙ୍କ ପ୍ରତିନିଧି ସତୀଶ ଚନ୍ଦ ମିଶ୍ର୍ର, ହାର୍ଦିକ ପଟେଲ,ଜିଗନେସ ମେଭାନି, ଡିଏମକେ ସୁପ୍ରିମୋ ଏମ କେ ଷ୍ଟାଲିନ , ମୋଦିଙ୍କ ବିରୋଧୀଭାବେ ଜଣାଶୁଣା ବିଜେପି ନେତା ଶତ୍ରୁଘ୍ନ ସିହ୍ନା,ଅରୁଣ ସୌରି  କୋଲକାତାରେ ପହଞ୍ଚିଛନ୍ତି  ତେବେ ଏହି ମହାମେଣ୍ଟରେ ସାମିଲ ହେଲେନି ବିଜେଡି ଓ ଟିଆରଏ ।

ଏହି ବିଶାଳ ଜନସମାବେଶକୁ ଭାରତ ଏକତ୍ୱ ରାଲି ଭାବେ ନାମକରଣ କରିଛି ତୃଣମୂଳ କଂଗ୍ରେସ। ମମତାଙ୍କ ମହାମେଳିରେ ସାମିଲ ହୋଇଛନ୍ତି ଗୁଜୁରାଟର ଜଣାଶୁଣା ବିଜେପି ବିରୋଧୀ ବିଧାୟକ ଜିଗ୍ନେଶ ମେବାନି ଓ ହାର୍ଦ୍ଦିକ ପଟେଲ। ମମତା ବାନାର୍ଜୀଙ୍କ ପରିଚାଳନାରେ ଅନୁଷ୍ଠିତ ଜନସଭାରେ ପ୍ରଥମ ବକ୍ତା ଭାବେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ହାର୍ଦ୍ଦିକ ପଟେଲ। ସେ ପଶ୍ଚିମବଙ୍ଗର ଜନତାକୁ ଆହ୍ଵାନ ଦେଇ କହିଥିଲେ, ସୁଭାଷ ଲଢେ ଥେ ଗୋରେ ସେ, ହମ୍‌ ଲଢେଙ୍ଗେ ଚୋରୋସେ (ନେତାଜୀ ସୁଭାଷ ବୋଷ ଗୋରାମାନଙ୍କ ସହ ଲଢିଥିଲେ, ଆମେ ଏବେ ଚୋରଙ୍କ ବିରୋଧରେ ଲଢିବା)।

ଏହି ସଭାରେ ଭାରତୀୟ ଜନତା ପାର୍ଟି ଛାଡି ଥିବା ଦୁଇ ପୂର୍ବ କେନ୍ଦ୍ରମନ୍ତ୍ରୀ ମଧ୍ୟ  ନରେନ୍ଦ୍ର ମୋଦି ସରକାରର କଡ଼ା ସମାଲୋଚନା କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ସୌରୀ ବର୍ତ୍ତମାନର କେନ୍ଦ୍ର ସରକାର ସବୁଠାରୁ ଅଧିକ ମିଛ କହୁଥିବା ସରକାର ବୋଲି କହିଥିଲେ। ଏଥିସହ ସେ କହିଥିଲେ କି ପ୍ରଧାନମନ୍ତ୍ରୀ ଜାଣି ସାରିଲେଣି କି ତାଙ୍କର ଆଉ ସେ ପ୍ରଭାବ ନାହିଁ। ତେଣୁ ଶାସନକୁ ଆସିବା ଲାଗି ସେ ସମସ୍ତ ପ୍ରକାରର ଚେଷ୍ଟା କରିବେ।

ସେହିପରି କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଅଭିଷେକ ମନୁ ସିଂଘଭୀ କହିଥିଲେ,ଆଜିର ସମୟ ହେଉଛି ମେଣ୍ଟର ସମୟ। ତେଣୁ ୨୨ଟି ଦଳର ଏଇ ମହାମେଣ୍ଟ ନିଶ୍ଚିତ ଭାବେ ସଫଳ ହେବ ଓ ୨୨ଟି ରଙ୍ଗକୁ ନେଇ ଗଢ଼ି ଉଠିଥିବା ଏହି ଇନ୍ଦ୍ରଧନୁ ଦେଶରୁ ଅନ୍ଧାର ଦେବାରୁ ଦୂର କରିବ ବୋଲି ସେ ମନ୍ତବ୍ୟ ଦେଇଥିଲେ।

ଏହି ରାଲିରେ ମମତା ବାନାର୍ଜୀ ଆହ୍ଵାନ ଦେଇ କହିଛନ୍ତି, କି ରାଜ୍ୟ ଗୁଡ଼ିକର ବିକାଶ ଲାଗି କେନ୍ଦ୍ରରେ ଏକ ସକାରାତ୍ମକ ସରକାର ଦରକାର। ତେଣୁ ଦିଲ୍ଲୀରେ ଥିବା ସରକାରକୁ ପରିବର୍ତ୍ତନ କରିବାକୁ ପଡ଼ିବ। ତେଣୁ ଦିଲ୍ଲୀରେ ପରିବର୍ତ୍ତନ ଦରକାର।

Leave A Reply

Your email address will not be published.