ବାର୍ଦ୍ଧକ୍ୟ ଭତ୍ତା ୨ ଶହ ଟଙ୍କା ବଢାଇଲେ ରାଜ୍ୟ ସରକାର

ମାସିକ ୩୦୦ ଟଙ୍କା ଭତ୍ତା ପାଉଥିବା ହିତାଧୀକାରୀ ପାଇବେ ୫୦୦ ଟଙ୍କା

ଭୁବନେଶ୍ବର  : ବଢିଲା ବାର୍ଦ୍ଧକ୍ୟ ଭତ୍ତା । ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତା ୨ ଶହ ଟଙ୍କା ବଢାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏଣିକି ମାସିକ ୩ଶହ ଟଙ୍କା ଭତ୍ତା ପାଉଥିବା ହିତାଧୀକାରୀ ୫ ଶହ ଟଙ୍କା ଭତ୍ତା ପାଇବେ । ସେହିପରି ୫ ଶହ ଟଙ୍କା ପାଉଥିବା ୮୦ ବର୍ଷରୁ ଅଧିକ ହିତାଧିକାରୀ ଏଣିକି ପ୍ରତି ମାସରେ ୭ ଶହ ଟଙ୍କା  ପାଇବେ । ୨୦୧୯ ଫେବ୍ରୃଆରୀ ୧୫ରୁ ମଧୁବାବୁ ପେନସନ ଯୋଜନାରେ ସବୁ ହିତାଧୀକାରୀଙ୍କୁ  ଏହି ବର୍ଦ୍ଧିତ ଭତ୍ତା  ମିଳିବ ।  ଏ ନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଏହି ବ୍ୟବସ୍ଥା ଦ୍ବାରା ରାଜ୍ୟର ୪୮ ଲକ୍ଷ ଗରିବ ବୁଢାବୁଢି, ଅସହାୟ ମହିଳା, ବିଧବା ଓ ଭିନ୍ନକ୍ଷମ ଉପକୃତ ହେବେ ।

ବଢିଲା ବାର୍ଦ୍ଧକ୍ୟ ଭତ୍ତା

୨ ଶହ ଟଙ୍କା ବଢିଲା ବାର୍ଦ୍ଧକ୍ୟ ଭତ୍ତା୫୦୦ ଟଙ୍କା ପାଉଥିବା ୮୦ ବର୍ଷରୁ ଅଧିକ ହିତାଧିକାରୀ ପାଇବେ ୭୦୦ ଟଙ୍କା

୨୦୧୯ ଫେବ୍ରୃଆରୀ ୧୫ରୁ ଲାଗୁ ହେବ ବର୍ଦ୍ଧିତ ପେନ୍ ସନ୍

 ମଧୁବାବୁ ପେନସନ ଯୋଜନାରେ ସବୁ ହିତାଧୀକାରୀଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା

ରାଜ୍ୟର ୪୮ ଲକ୍ଷ ବୃଦ୍ଧ-ବୃଦ୍ଧା, ଅସହାୟ ମହିଳା, ବିଧବା ଓ ଭିନ୍ନକ୍ଷମ ଉପକୃତ ହେବ 

Leave A Reply

Your email address will not be published.