ବଣେଇ ଗୁଣି ପାଇଁ ହତ୍ୟା ଘଟଣାରେ ୬ ଗିରଫ, ତିନି ମହିଳା ଫେରାର

ବଣେଇ : ବଣେଇରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରି କୂଅରେ ଫିଙ୍ଗିବା ଘଟଣାର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ଡାବେଲ ମୁଣ୍ଡା ସମେତ ୬ ଜଣଙ୍କୁ ଗିରଫ କରିଛି କୋଇଡା ଥାନା ପୋଲିସ । ଘଟଣାରେ ସଂକୃକ୍ତ ଆଉ ୩ ଜଣ ମହିଳା ଏବେବି ଫେରାର ଅଛନ୍ତି । ଗୁଣିଗାରେଡି ସନ୍ଦେହରେ ସଂପୃକ୍ତ ମହିଳାଙ୍କୁ ହତ୍ୟା କରଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।  ସୁନ୍ଦରଗଡ କୋଇଡାରେ ଗତ ୨୬ ତାରିଖର ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।  କୋଇଡା ଥାନା ବଡଇନ୍ଦୁପୁର ଗାଁ କନ୍ଦାସାହିରେ ଘଟିଛି ଏହି ଅଭାବନୀୟ ଘଟଣା ଘଟିଥିଲା । ମଆ ସହିତ ତାଙ୍କର ୪ଜଣ ପିଲାଙ୍କୁ ହତ୍ୟା କରାଯିବା ପରେ ହତ୍ୟାକାରୀ ମୃତଦେହକୁ ନେଇ ଘର ପାଖରେ ଥିବା ଏକ କୁଅ ଭିତରେ ପକାଇ ଦେଇଥିଲେ ।

Leave A Reply

Your email address will not be published.