ଦିଲ୍ଲୀ : ଭୁବନେଶ୍ବରରେ ରାହୁଲଙ୍କ ଆକ୍ଷେପର ଦିଲ୍ଲୀରେ ଜବାବ ଦେଲେ ନବୀନ । ଓଡ଼ିଶା ଗସ୍ତରେ ଆସିଥିବା ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ଏବଂ ନବୀନଙ୍କୁ ସମାନ୍ତରଳ ଭାବେ ଆକ୍ଷେପ କରିଥିଲେ । କହିଥିଲେ, ନବୀନ ପଟ୍ଟନାୟକଙ୍କ ରିମୋଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରହିଛି । ସେ ଯେପରି ଚାହୁଁଛନ୍ତି ନବୀନ ସେପରି ଆଚରଣ ଦେଖାଉଛନ୍ତି । ଆଉ ଆଜି ଦିଲ୍ଲୀରେ ନବୀନ ଏହାର ଜବାବ ଦେଇ କହିଛନ୍ତି ଏ ସବୁ ବିଲକୁଲ ବକୱାସ । ଦିଲ୍ଲୀ ଓଡ଼ିଶା ଭବନରେ କେନ୍ଦ୍ରୀୟ ଅନୁଦାନ ସମ୍ପର୍କୀତ ସମୀକ୍ଷା ବୈଠକ ଯୋଗ ଦେବା ଅବସରରେ ରାହୁଲଙ୍କ ଆକ୍ଷେପ ନେଇ ଏଭଳି ରିଆକ୍ସନ ଦେଇଛନ୍ତି ନବୀନ । ଏହାସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତବ୍ୟ ଉପରେ ମଧ୍ୟ ପ୍ରତିଜବାବ ଦେଇଛନ୍ତି ନବୀନ । ଅନ୍ୟପକ୍ଷରେ ଭଉଣୀ ଗୀତା ମେହେଟ୍ଟାଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନ ପ୍ରତ୍ୟାଖ୍ୟାନ ମାମଲାରେ ମଧ୍ୟ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ସମ୍ମାନ ଗ୍ରହଣ ଓ ପ୍ରତ୍ୟାଖ୍ୟାନର ପୂରା ଅଧିକାର ଗୀତାଙ୍କର ରହିଛି ।
