ଭୁବନେଶ୍ୱର: ଦେଶବ୍ୟାପି କୋରୋନା ଭାଇରସ୍ ର ଭୟ ଲାଗି ରହିଥିବାବେଳେ ଏହାର ପ୍ରଭାବ ମଧ୍ୟ ଓଡ଼ିଶାକୁ ପଡିଥିବା ଆଶା କରାଯାଉଥିଲା । ଯେଉଁକାରଣରୁ ଓଡ଼ିଶାର ୫ଟି ରକ୍ତ ନମୁନାର ପରୀକ୍ଷା ପାଇଁ ପଠାଯାଇଥିଲା । ଯେଉଁଥିରେ ୪ଟି ରକ୍ତ ନମୁନା ନେଗେଟିଭ୍ ଆସିଥିବା ଜଣାପଡିଛି ବୋଲି ଡିଏମଇଟି ଡା. ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
କୋରୋନା ଆକ୍ରାନ୍ତ ସନ୍ଦେହରେ ଭୁବନେଶ୍ୱରରୁ ୫ଜଣ ବ୍ୟକ୍ତିଙ୍କ ରକ୍ତ ନମୁନା ପୁଣେ ପଠାଯାଇଥିଲା । ତେବେ ୫ଜଣଙ୍କ ମଧ୍ୟରୁ ୪ଜଣଙ୍କ ଏହି ସାମ୍ପଲ ରିପୋର୍ଟ ଆସିଛି । ୪ଜଣଙ୍କ ରିପୋର୍ଟ ନେଗେଟିଭ୍ ଥିବା ଜଣାପଡ଼ିଛି । ଥଣ୍ଡା, କାଶ ଛାଡ଼ୁ ନଥିବା କାରଣରୁ କୋରୋନା ଭାଇରସ ସନ୍ଦେହରେ ଏହି ରକ୍ତ ନମୁନା ସବୁ ପଠାଯାଇଥିଲା । ତେବେ ଅନ୍ୟ କାହାକୁ ଏପରି ଲକ୍ଷଣ ଥିଲେ କିମ୍ବା କୌଣସି ସନ୍ଦେହ ହେଲେ ଜଣାଇବାକୁ ଜନସାଧାରଣଙ୍କୁ ଅନୁରୋଧ । ଏପରି କି କିଛି ଲକ୍ଷଣ ଜଣାପଡ଼ିଲେ ଶିକ୍ଷାନୁଷ୍ଠାନକୁ ମଧ୍ୟ ଜଣାଇବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡିଏମଇଟି ଡା. ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
