ନାମାଙ୍କନ ପତ୍ର ଦାଖଲ କଲେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟ

ନାମାଙ୍କନ ପତ୍ର ଦାଖଲ କଲେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟ । ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବରେ ଅପରାଜିତା ଷଡ଼ଙ୍ଗୀ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେଡି ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମନ୍ମଥ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ଜଣ ନାମାଙ୍କନ ଭରିଛନ୍ତି ।

ତେବେ ଆଜି ସକାଳୁ କର୍ମୀଙ୍କ ଗହଳି ଭିତରେ ଦୁଇ ଜଣ ନାମାଙ୍କନ ଭରିବାକୁ ବାହାରିଥିଲେ । ଶଗଡ ଗାଡିରେ ବସି ମନ୍ମଥ ନାମାଙ୍କନ କରିବାକୁ ବାହାରିଥିଲେ । ସେହିପରି ଅପରାଜିତା ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପ୍ରଥମେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ଅପରାଜିତା । ଏହାପରେ ସେ ନାମାଙ୍କନ ଦାଖଲ କରିଥିଲେ ।

ହାତରେ ଶଙ୍ଖ ଧରି ସେ ପ୍ରାର୍ଥିପତ୍ର ଭରିବାକୁ ବାହାରିଥିଲେ ମନ୍ମଥ । ଆଉ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଭରିଥିଲେ ଦୁଇ ହେଭିୱେଟ୍ ନେତା।

Leave A Reply

Your email address will not be published.