ନୂଆଦିଲ୍ଲୀ:ଇଜିପ୍ଟର ଆଇନ୍ ସୋଖନାଠାରେ ଏକ ବସ୍ ଦୁର୍ଘଟଣାରେ ୧୬ ଜଣ ଭାରତୀୟ ଆହତ ହୋଇଛନ୍ତି । ଆହତ ପର୍ଯ୍ୟଟକମାନେ ସୁଏଜ୍ ସିଟି ଏବଂ କାଇରୋରେ ଥିବା ଡାକ୍ତରଖାନାମାନଙ୍କରେ ଭର୍ତି ହୋଇଛନ୍ତି। ଦୂତାବାସ କର୍ମଚାରୀମାନେ ସେଠାରେ ଉପସ୍ଥିତ ଅଛନ୍ତି ବୋଲି ଦୂତାବାସ ଟୁଇଟ୍ କରି ଜଣାଇଛି। ଏହାଛଡ଼ା ଦୁଇଟି ହେଲ୍ପ୍ଲାଇନ୍ ନମ୍ବର ମଧ୍ୟ ଆଟାଚ୍ କରାଯାଇଛି।
