ଓଡ଼ିଶାରେ ବାଜପେୟୀଙ୍କ ଅସ୍ଥି , ମହୋଦଧୀରେ ବିସର୍ଜନ ହେବ

ଭୁବନେଶ୍ବର : ଓଡିଶା ଆସିଲା ଅଟଳଜୀଙ୍କ ଅସ୍ଥି କଳସ । ଦିଲ୍ଲୀରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବସନ୍ତ ପଣ୍ଡା ସାମିଲ ହୋଇ ଗ୍ରହଣ କରିଛନ୍ତି ଅସ୍ଥି କଳସ । ଆଜି ରାତିରେ ଏହି କଳସ ପାର୍ଟି ଅଫିସରେ ରହିବା ପରେ କାଲି ପ୍ରଦର୍ଶନୀ ପଡିଆରୁ ପୁରୀ ଅଭିମୁଖେ ବିସର୍ଜନ ପାଇଁ ଯିବ । ବିମାନ ବନ୍ଦରରୁ ବାଜପେୟୀଙ୍କର ଅସ୍ଥି କଳସକୁ ଏକ ଶୋଭାଯାତ୍ରାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଛି । ଝାଞ୍ଜ, ମୃଦଙ୍ଗ ଶବ୍ଦର ତାଳେତାଳେ ନାମ ସଂକୀର୍ତ୍ତନ ସହ ହଜାର ହଜାର ଲୋକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ଓଡ଼ିଶାରେ ବାଜପେୟୀଙ୍କ ଅସ୍ଥି । ମହୋଦଧୀରେ ବିସର୍ଜନ ହେବ ଏହି ମହାନାୟକଙ୍କ ଅସ୍ଥି। ସମସ୍ତ ଜିଲ୍ଲା ପରିକ୍ରମା ପରେ ସବୁ ନଦୀରେ ବିସର୍ଜନ ହେବ। ଆଜି ବିମାନ ବନ୍ଦରରେ ପହଞ୍ଚିବା ପରେ ଅସ୍ଥି କଳସକୁ ଶୋଭାଯାତ୍ରାରେ ନିଆଯାଇଛି। ଆଉ ଏଥିରେ ସାମିଲ ହୋଇଥିଲେ ବିଜେପିର ନେତା ଓ କର୍ମୀ। ଦିଲ୍ଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଅଟଳଜୀଙ୍କ ଅସ୍ଥି କଳସ ଧରି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପହଁଚିଛନ୍ତି ଭୁବନେଶ୍ବରରେ । କାଲି ଭୁବନେଶ୍ବରରୁ ମହୋଦଧିରେ ଅଭିମୁଖେ ହେବ ଯାତ୍ରା। ଯେଉଁଥିରେ ସାମିଲ ହେବେ ଦୁଇ କେନ୍ଦ୍ର ମନ୍ତ୍ରୀ। ସେହିପରି କଳସରୁ ଚିତା ଭଷ୍ମ ନେଇ ଓଡିଶାର ସବୁ ବଡବଡ ନଦୀରେ ବିସର୍ଜନ ପାଇଁ ରାଜ୍ୟ ବିଜେପି ନିଷ୍ପତ୍ତି ନେଇଛି ।
ସକାଳେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ସଭାପତି ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା କେ.ଭି ସିଂହଦେଓଙ୍କ ସମେତ ଓଡିଶାର ସମସ୍ତ ନେତୃବୃନ୍ଦ ଅସ୍ଥି କଳସକୁ ଧରି ପୁରୀ ଅଭିମୁଖେ ଯାତ୍ରା କରିବେ । ସଗ୍ୱର୍ତଃ ଅଟଳଜୀଙ୍କ ପବିତ୍ର ଅସ୍ଥି ଭରବନେଶ୍ୱରରୁ ବାହାରି ଉତରା ଛକ ଦେଇ ପୁରୂଣା ପୁରୀ ରାସ୍ତା ଦେଇ ପିପିଲି, ଦାଣ୍ଡ ମୁକୁନ୍ଦପୁର, ସାକ୍ଷୀଗୋପାଳ, ଚନ୍ଦନପୁର , ଅଠରନଳାରେ ପହଂଚିବେ । ସେଠାରୁ ପୁରୀ ଅଂଚଳ ବାସୀ ଅସ୍ଥି କଳସକୁ ସ୍ୱାଗତ କରି ମହୋଦଧୀ ଅଭିମୁଖେ ଯାତ୍ରା କରି ଅସ୍ଥି ବିସର୍ଜନ କରିବାର କାର୍ଯ୍ୟକ୍ରମ ରହିଛି।
ସେହିପରି ୨୪ ତାରିଖ ଦିନ ଅପରାହ୍ନ ୪ ଟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ସାର୍ବଜନୀନ ଓ ସର୍ବଦଳୀୟ ସାଧାରଣ ସଭାର ଆୟୋଜନ କରାଯିବ । ଏହି ସଭାରେ ଦଳଗତ ନିର୍ବିଶେଷରେ ସମସ୍ତେ ଉପସ୍ଥିତ ରହି ଯୋଗଜନ୍ମା ମହାପୁରୁଷ ଅଟଳଜୀଙ୍କୁ ଶ୍ରଦ୍ଧାଂଜଳୀ ଦେବା ପାଇଁ ଦଳ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି।

Leave A Reply

Your email address will not be published.