ଜେଲରୁ ଖସିବାକୁ ଉଦ୍ୟମ କରୁଥିଲା ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ୍‌

କଟକ : ପାଟଣାଗଡ଼ ଜେଲରୁ ଖସିବାକୁ ଉଦ୍ୟମ କରୁଥିଲା ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ୍‌ ମେହେର୍‌ । ୬ଜଣ ଡକାୟତଙ୍କ ସହ ଜେଲରୁ ଖସିଯିବାକୁ କରିଥିଲା ଯୋଜନା । ଆଜି ସକାଳେ ଏହି ୬ଡକାୟତଙ୍କ ସହ ପୁଞ୍ଜିଲାଲ ମଧ୍ୟ ଜେଲର ଗେଟ୍‌ ପର୍ଯ୍ୟନ୍ତ ପଳାଇଥିଲେ । ଏହିସମୟରେ ଜେଲର ସାଇରନ୍‌ ବାଜିବା ସହ ଜେଲ୍‌ କର୍ମଚାରୀଙ୍କ ସହ ଏମାନଙ୍କ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ପୂର୍ବରୁ ବଲାଙ୍ଗିର ଭଇଁସା କଲେଜର ଅଧ୍ୟାପକ ଥିବା ପୁଞ୍ଜିଲାଲ୍‌ ମେହେର୍‌ ଗତ ବର୍ଷ ଫେବୃଆରୀରେ ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଖଳନାୟକ ଥିଲା । କଲେଜ ଅଧ୍ୟକ୍ଷ ପଦ ଲୋଭରେ ଗୋଟିଏ ପରିବାରକୁ ନିଶ୍ଚିହ୍ନ କରିବାର ଷଡ଼ଯନ୍ତ୍ର କରିଥିଲା ପୁଞ୍ଜିଲାଲ । ଆଉ ତା’ର ଷଡ଼ଯନ୍ତ୍ରର ଶିକାର ହୋଇ ପ୍ରାଣ ହରାଇଥିଲେ ଭଇଁସା କଲେଜର ତତ୍‌କାଳୀନ ଅଧ୍ୟକ୍ଷଙ୍କ ନବ ବିବାହିତ ପୁଅ ସୌମ୍ୟ ଶେଖର ।

Leave A Reply

Your email address will not be published.