ବ୍ୟାଙ୍କ ଖୋଲୁଖୋଲୁ ଲୁଟ୍ : ରାଉରକେଲା ମଧୁସୂଦନ ସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ଲୁଟିନେଲେ ୪୨ ଲକ୍ଷ

ରାଉରକେଲା  : ବ୍ୟାଙ୍କ ଖୋଲୁଖୋଲୁ ଲୁଟ୍ । ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୪୨ ଲକ୍ଷ ଲୁଟ୍ । ରାଉରକେଲା ମଧୁସୂଦନ ଛକ ସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି । ଆଜି ସକାଳ ପ୍ରାୟ ୯ଟା ୪୫ ରୁ ୫୫ ମିନିଟରେ ୫ ରୁ ୭ଜଣ ଦୁର୍ବୃତ୍ତ ବାଇକରେ ଆସି ବ୍ୟାଙ୍କ ଆଗରେ ଠିଆ ହୋଇଥିଲେ । ବ୍ୟାଙ୍କ ଖୋଲିବା ବେଳେ ଦୁର୍ବୃତ୍ତମାନେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଷ୍ଟ୍ରଙ୍ଗରୁମ୍ ଚାବି ମାଗିଥିଲେ । କର୍ମଚାରୀମାନେ ବାରଣ କରିବାରୁ ସମସ୍ତଙ୍କୁ ମାଡ ମାରି ଗୋଟିଏ କୋଣରେ ରଖି ଚାବି ଛଡାଇ ନେଇଥିଲେ । ଆଉ ଷ୍ଟ୍ରଙ୍ଗ ରୁମରୁ ୪୨ ଲକ୍ଷ ନେଇଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀ ଓ ବ୍ୟାଙ୍କ କର୍ମଚାରୀଙ୍କ କହିବା ଅନୁଯାୟୀ ସମସ୍ତେ ହିନ୍ଦି ଭାଷାରେ କଥା ହେଉଥିଲେ । ଜଣେ ହେଲମେଟ ଥିବା ବେଳେ ଅନ୍ୟମାନଙ୍କ ମୁହଁ ଖୋଲାଥିଲା । ଦୁର୍ବୃତ୍ତମାନେ କାର୍ବାଇନ୍ ବନ୍ଧୁକ ଧରିଥିଲେ । ପ୍ରମାଣ ନଷ୍ଟ କରିବାକୁ ଡକାୟତମାନେ ସିସିଟିଭି ହାର୍ଡଡିସ୍କ ନେଇଯାଇଛନ୍ତି । ପ୍ଲାଣ୍ଟ ସାଇଟ୍ ପୋଲିସ ସହ ରାଉରକେଲା ପଶ୍ଚିମାଞ୍ଚଳ ଡିଆଇଜି ଘଟଣାର ତଦନ୍ତ କରୁଛନ୍ତି । ସେପଟେ ବୀରମିତ୍ରପୁର ସ୍ଥିତ ପସରା ନିକଟରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି । ସେକ୍ଟର ୧୬ରେ ଥିବା SBI ଶାଖାରୁ ୪ ଲକ୍ଷ ଟଙ୍କା ନେଇ ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ମଚାରୀ ଯାଉଥିବା ବେଳେ ଲୁଟର ଶିକାର ହୋଇଥିଲେ । ୩ ଦୁର୍ବୃତ୍ତ ବାଇକରେ ଆସି ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି

Leave A Reply

Your email address will not be published.