ସୁରକ୍ଷା ମାଗିଲେ ବର୍ଷା, ଅନୁଭବଙ୍କ ଘରେ ପହଁଞ୍ଚିଲା ପୁଲିସ

କଟକ: ଓଲିଉଡ ଜଗତର ଷ୍ଟାର ଦମ୍ପତି ଅବୁଭବ-ବର୍ଷା ଙ୍କ ବିବାଦ କାହାକୁ ବି ଅଛପା। ଏସବୁ ମଧ୍ୟରେ ଆଜି ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପହଁଞ୍ଚିଛି ପୁଲିସ। ଅନୁଭବଙ୍କ ନନ୍ଦିସାହି ଘରେ ପୁରୀଘାଟ ଥାନା ପୁଲିସ‌ ପହଁଞ୍ଚିଛି। ବର୍ଷା ପ୍ରିୟଦର୍ଶିନୀ ଫୋନ୍‌ କରି ସୁରକ୍ଷା ମାଗିଥିବାରୁ ଅନୁଭବଙ୍କ ବାସ ଭବନରେ ପୁଲିସ୍ ପହଁଞ୍ଚିଥିବା ସୂଚନା ରହିଛି।

ସୂଚନାଥାଉକି, କିଛି ସମୟ ପୂର୍ବରୁ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବଙ୍କ ପରିବାରିକ କଳହ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି। ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଅନ୍ୟ ନାରୀଙ୍କ ସହ ସମ୍ପର୍କ ରଖିଥିବା ଭଳି ସାଂଘାତିକ ଅଭିଯୋଗ ବର୍ଷା ପ୍ରିୟଦର୍ଶିନୀ ଆଣିଛନ୍ତି। ଏହାର ଉତ୍ତରରେ ଅନୁଭବ କହିଛନ୍ତି ଯେ, ଜଣେ ମହିଳା ହିସାବରେ ବର୍ଷାଙ୍କୁ ମୁଁ ବହୁତ ସମ୍ମାନ କରେ। ଆମ ସମ୍ପର୍କକୁ ମଧ୍ୟ ସମ୍ମାନ କରେ। ଯାହା ବି ହୋଇଛି ଆମ ଭିତରେ ହୋଇଛି। ଘର ଭିତରେ ସମସ୍ୟାର ସମାଧାନ ହୋଇନ ପାରିବାରୁ ଉଭୟ କୋର୍ଟର ଆଶ୍ରୟ ନେଇଛୁ।

ଅନୁଭବ ଆହୁରି କହିଛନ୍ତି ଯେ, ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଅଛି। କୋର୍ଟ ଯାହା ନିଷ୍ପତ୍ତି ହେବ ତାକୁ ସମ୍ମାନ ଦେବୁ। ବର୍ଷା ଏବେ ବି ତାଙ୍କ ଘରେ ରହୁଛନ୍ତି। ଘରେ ରହି ଯିଏ ସାମାଜିକ ହିଂସା କଥା କହିବେ, କୋର୍ଟ ତାହାର ନିଷ୍ପତ୍ତି ନେବେ। ସମସ୍ତେ ଜାଣନ୍ତି ସତ କଣ ମିଛ କଣ। ଏହା ରାଜନୈତିକ ନୁହେଁ, ଏହା ବ୍ୟକ୍ତିଗତ ସମସ୍ୟା। ଏ ବିଷୟରେ ଅଧିକ କିଛି କହିବାକୁ ଚାହୁଁନାହାଁନ୍ତି ବୋଲି ଅନୁଭବ କହିଛନ୍ତି।

Leave A Reply

Your email address will not be published.