ବିନ୍ଧିଲେ ବିରୁଡି, ଶିଶୁ ମୃତ ପରିବାର ୬ ଗୁରୁତର

କେନ୍ଦୁଝର  :  ବିରୁଡ଼ି ଆକ୍ରମଣରେ ଜଣେ ଶିଶୁ ମୃତ । ୬ ଗୁରୁତର । ଏମାନେ ସମସ୍ତେ ଗୋଟିଏ ପରିବାରର । କେନ୍ଦୁଝର ବାଂଶପାଳ ବ୍ଲକ୍ ଅନ୍ତର୍ଗତ ଲାପିଦା ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । ଗାଁର ଉପାସୀ ଖଟେଇଙ୍କ ପରିବାର ବିଲରେ ଧାନ ବାଛୁଥିଲେ । ଦେଢ଼ ବର୍ଷର ଶିଶୁପୁତ୍ରଟି ପାଖରେ ଖେଳୁଥିବା ବେଳେ ସମସ୍ତେ ଧାନ ବାଛିବାରେ ଲାଗିଥିଲେ । କିନ୍ତୁ କେଉଁଠି ଥିଲେ କେଜାଣି, ହଠାତ୍ ପଲେ ବିରୁଡ଼ି ମାଡ଼ି ଆସିଲେ । ସମସ୍ତଙ୍କୁ ତଡ଼ି ତଡ଼ି ବିନ୍ଧିବାରେ ଲାଗିଲେ । ଜୀବନ ବିକଳରେ ଯିଏ ଯୁଆଡ଼େ ପାରିଲା ଧାଇଁଲା । ନିଜ ଜୀବନ ରକ୍ଷା କରିବାକୁ ଯାଇ ଶିଶୁଟିକୁ ଛାଡ଼ିଦେଲେ । ଆଉ ବିରୁଡ଼ି ପଲ ବିନ୍ଧି ବିନ୍ଧି ପିଲାଟିକୁ ମାରି ଦେଇଛନ୍ତି । ଗୁରୁତର ୬ ଜଣଙ୍କୁ ପ୍ରଥମେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.