ମୁମ୍ବାଇ : ପିଙ୍କ ଶାଢୀ । ଅଣ୍ଟା ହଲା ନାଚ । ମଝିିରେ ମଝିରେ ଆଖିରେ ହାଣଇଦେଲା ପରି ଚାହାଣୀ । ଆଉ ତା ସାଙ୍ଗକୁ ଅଳ୍ପ ଅଳ୍ପ ହସ । ଏମିତି ମୁଦ୍ରାରେ ଷ୍ଟେପ ପରେ ଷ୍ଟେପ ପକାଇ ଭୋଜପୁରୀ ଗୀତରେ ଛାତ ଉପରେ ଡ୍ୟାନ୍ସର ଭିଡିଓ ଭାଇରାଲ ହୋଇଛି । ଭୋଜପୁରୀ ଫିଲ୍ମୀର ‘ଜବସେ ପାବାଲେ ବାଡୁ ନବକା ଭତାର’ ଏହି ଗୀତ ଦିନକୁ ଦିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଗୀତର ତାଳେ ତାଳେ ଅନେକ ଯୁବକ ଯୁବତୀ ଷ୍ଟେପ ମିଳାଇ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରୁଛନ୍ତି । ହେଲେ ଶିବାନୀ ନାମରେ ଯୁବତୀଙ୍କ ଏହି ଗୀତରେ ଡ୍ୟାନ୍ସ ଏବେ ଭାଇରାଲ ହୋଇଛି । ଶାଢୀ ପିନ୍ଧି ଛାତ ଉପରେ ଶୀବାନୀ ଯେମିତି ଷ୍ଟେପ ଦେଉଛନ୍ତି ତାକୁ ଯେ କେହି ଦେଖିବ ନିଶ୍ଚୟ ତାରିଫ କରିବ । ତାଙ୍କର ଅଂଟା ହଲା ଠାଣୀ ଦର୍ଶକକୁ ମତୁଆଲା କରିବ ନିଶ୍ଚୟ । ଆଉ ସେଇଥି ଲାଗି ଭିଡିଓକୁ ୟୁଟୁବରେ ଲକ୍ଷେରୁ ଅଧିକ ଦର୍ଶକ ଦେଖି ସାରିଲେଣି ।
ଶିବାନୀ ଠାକୁର ନାମରେ ୟୁଟ୍ୟୁବ ଚାନେଲ ଜଣେ ଯୁବତୀଙ୍କ ଏହି ଗୀତରେ ଧୁମ୍ ଡ୍ୟାନ୍ସ କରିବାର ଭିଡିଓ ୟୁଟ୍ୟୁବରେ ଅପଲୋଡ କରିଛନ୍ତି । ‘ଜବସେ ପାବାଲେ ବାଡୁ ନବକା ଭତାର’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଜଣେ ଯୁବତୀ ନଜର ଆସିଛନ୍ତି । ଯୁବତୀଙ୍କ ନାମ ଶିବାନୀ ଠାକୁର ବୋଲି କୁହାଯାଉଛି । ସେପ୍ଟେମ୍ବର ୨ରେ ଅପଲୋଡ ହୋଇଥିବା ଏହି ଭିଡିଓକୁ ଏବେ ସୁଦ୍ଧା ୧ ଲକ୍ଷ ଭିୟୁ ହୋଇସାରିଲାଣି । ଶିବାନୀଙ୍କ ଭୋଜପୁରୀ ଗିତରେ ଡ୍ୟାନ୍ସକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି ଏବଂ ତାଙ୍କୁ ହିନ୍ଦୀ ଗୀତରେ ଡ୍ୟାନ୍ସ କରିବାକୁ ମଧ୍ୟ କମେଣ୍ଟରେ ଲେଖିଛନ୍ତି ୟୁଜର ।
